ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରେ ନୂତନ ବନୀକରଣକୁ ବିରୋଧ

ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରେ ନୂତନ ବନୀକରଣକୁ ବିରୋଧ

ଖୋର୍ଦ୍ଧା: ନିଧିପୁରରେ ଥିବା ଅନେକ ବର୍ଷର ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲର ପୁରାତନ ବୃକ୍ଷକୁ କାଟି ନୂତନ ବନୀକରଣ କରିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଶତାଧିକ ଗ୍ରାମବାସୀ ବୁଧବାର ଏକ ବସ୍‌ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଂଚି ଏକ ଦାବିପତ୍ର ଦେଇଛନ୍ତି।

ଗ୍ରାମବାସୀଙ୍କ କହିବାନୁସାରେ, ଖାତା ନଂ ୬୧୭, ପ୍ଲଟନଂ ୨୭, ୯୫ ଓ ୬୭ର ଯଥାକ୍ରମେ ୪.୧୦୦, ୪.୭୨୦ ଓ ୭୧.୭୫୦ ଡେସିମଲ (ମୋଟ ୮୦.୫୭୦ ଡେସିମଲ) ଜମିରେ ଅନେକ ବର୍ଷ ଧରି ଜଙ୍ଗଲ ସୃଷ୍ଟି କରି ଏହାର ସୁରକ୍ଷା କରିଆସୁଛନ୍ତି। ଏବେ ଏଥିରେ କାଜୁ, ପଟାସ, ଆକାସିଆ ଆଦି ଗଛ ଲାଗିଛି। ଏହି ଜଙ୍ଗଲକୁ ନିଲାମ ଆଦି ଦ୍ବାରା ମିଳୁଥିବା ଅର୍ଥରେ ଗ୍ରାମର ଉନ୍ନତି ମଧ୍ୟ ହେଉଛି। ତେବେ ବର୍ତମାନ ବନ ବିଭାଗ ଉକ୍ତ ଜଙ୍ଗଲକୁ କାଟି ନୂତନ ବନୀକରଣ କରିବାକୁ ସୂଚନା ଦେଇଛି। ଏହାକୁବିରୋଧ କରିବାରୁ ବନ ବିଭାଗ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଉଛନ୍ତି। ସେହି ଜଙ୍ଗଲ କାଟି ଦେଲେ ଗ୍ରାମବାସୀଙ୍କ ଆୟ କ୍ଷତିଗ୍ରସ୍ତ ହେବ ଓ ବିକାଶ ବାଧାପ୍ରାପ୍ତ ହେବ।

ଏନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବେ ଗ୍ରାମ୍ୟ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ବନୀକରଣ ପାଇଁ ଆକାସିଆ, ପଟାସ, କାଜୁ ଆଦି ଶୀଘ୍ର ବଢ଼ୁଥିବା ଗଛ ଲଗାଯାଉଥିଲା। କିନ୍ତୁ ଏହାଦ୍ବାରା ଜଳସ୍ତର ହ୍ରାସ, ମୃତ୍ତିକାର ଉର୍ବରତା ନଷ୍ଟ ଆଦି ହେଉଥିବାରୁ ବର୍ତମାନ ନିମ, ଆମ୍ବ ଆଦି ଗଛ ଲଗାଇବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏଣୁ ଯେଉଁଯେଉଁ ସ୍ଥାନରେ ଆକାସିଆ ଆଦି ଗଛ ଲାଗିଛି ସେଠାରେ ନୂତନ ବନୀକରଣ କରାଯିବ। ପୂର୍ବ ଭଳି ସେହି ଜଙ୍ଗଲର ରକ୍ଷଣାବେକ୍ଷଣ ଗାଁ ଲୋକ ହିଁ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe