ସାଇବର୍‌ ଠକଙ୍କ ନୂଆ ଚାଲ୍‌: ଅଶ୍ଳୀଳ ଫଟୋ ପଠାଇ ଦିଆଯାଉଛି ଧମକ

Advertisment
ସାଇବର୍‌ ଠକଙ୍କ ନୂଆ ଚାଲ୍‌: ଅଶ୍ଳୀଳ ଫଟୋ ପଠାଇ ଦିଆଯାଉଛି ଧମକ

The New Indian Express

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଲଗାତାର୍‌ ଭାବେ ସାଇବର୍‌ ଠକେଇ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାଇବର୍‌ ଠକମାନେ ଲୋକଙ୍କୁ ଚୂନା ଲଗାଇବା ପାଇଁ ନୂଆ ନୂଆ ଉପାୟ ବାହାର କରିବା ସହ ଜାଲ ବିଛାଉଛନ୍ତି। ଲୋକେ କିଛି ବୁଝି ନପାରି ସେମାନଙ୍କ ଜାଲରେ ପଡ଼ୁଛନ୍ତି ଏବଂ ଠକେଇର ଶିକାର ହେଉଛନ୍ତି। ତେବେ ସମ୍ବଲପୁର ଠେଲକୋଲି ଥାନା ଲପଙ୍ଗାର ତ୍ରିଲୋଚନ ପ୍ରଧାନ(୩୭)ଙ୍କୁ ସାଇବର୍‌ ଠକ ଚୂନା ଲଗାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ବୁଦ୍ଧିମତାର ପରିଚୟ ଦେବା ସହିତ ତ୍ରିଲୋଚନ ତୁରନ୍ତ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଅଭିଯୋଗ ପରେ ଠେଲ୍‌କୋଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନ କିଛି ଦିନ ତଳେ ‘କ୍ରେଜି ଆପ୍‌’ ମାଧ୍ୟମରେ ଅନ୍‌ଲାଇନ୍‌ ଲୋନ୍‌ ଆବେଦନ କରିଥିଲେ। କିନ୍ତୁ କିଛି ଲୋନ୍‌ ମିଳି ନଥିଲା। ଆବେଦନ କରିବାର କିଛି ଦିନ ପରେ ତାଙ୍କୁ ଏକ ଅଜଣା ନମ୍ବରରୁ ହ୍ବାଟ୍ସଆପ୍‌ରେ ମେସେଜ୍‌ ଆସିଲା। ମେସେଜ୍‌ରେ ତାଙ୍କ ଆଧାରକାର୍ଡ ଓ ପାନ୍‌ କାର୍ଡ଼ ସହ ଅଶ୍ଳୀଳ ଫଟୋ ରହିଥିଲା। ଏହାପରେ ତାଙ୍କୁ ଏକାଧିକ ଅଜଣା ନମ୍ବରରୁ କଲ୍‌ ଆସିଥିଲା ଏବଂ ଋଣ ଟଙ୍କା ଫେରାଇବାକୁ ଧମକ ଦେଇଥିଲା। ବାରମ୍ବାର କଲ୍‌ କରି ଅଶ୍ଳୀଳ ଭାଷାରେ ଗାଳି କରିଥିଲା। ଏହାପରେ ତ୍ରିଲୋଚନ ଠେଲ୍‌କୋଲି ଥାନାରେ ସୋମବାର ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe