ଶପଥ ନେଲେ ନୂଆ ରାଜ୍ୟପାଳ

Advertisment

ଓଡ଼ିଶାର ରାଜ୍ୟପାଳ ଭାବେ ଡ. ହରିବାବୁ କମ୍ଭମପତି ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ରାଜଭବନର ନିଉ ଅଭିଷେକ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ତାଙ୍କୁ ଓଡ଼ିଶାର...

ଓଡ଼ିଶାର ରାଜ୍ୟପାଳ ଭାବେ ଡ. ହରିବାବୁ କମ୍ଭମପତି ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ରାଜଭବନର ନିଉ ଅଭିଷେକ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ତାଙ୍କୁ ଓଡ଼ିଶାର...

dggdgdgdg

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ଭାବେ ଡ. ହରିବାବୁ କମ୍ଭମପତି ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ରାଜଭବନର ନିଉ ଅଭିଷେକ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉତ୍ସବ ଆରମ୍ଭରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ନିଯୁକ୍ତିପତ୍ର ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଚାସୀନ ଥିଲେ। ଶପଥ ଗ୍ରହଣ ପରେ ନବନିଯୁକ୍ତ ରାଜ୍ୟପାଳଙ୍କ ସମ୍ମାନାର୍ଥେ 
ରାଜଭବନ ପରିସରରେ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। 

ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳଙ୍କ ସହଧର୍ମିଣୀ ଜୟଶ୍ରୀ କମ୍ଭମପତି ଓ ରାଜ୍ୟପାଳଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦ, ବିଧାୟକଙ୍କ ସହିତ ବରିଷ୍ଠ ଅଧିକାରୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍‌ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe