ପାରାଦୀପରେ ନୂଆ ଗ୍ରିନ୍‌ଫିଲ୍‌ଡ ବିମାନବନ୍ଦର: ବିଶ୍ବସ୍ତରୀୟ ହେବ ରାଜ୍ୟର ବିମାନ ଚଳାଚଳ ଭିତ୍ତିଭୂମି, ନିର୍ମାଣ ହେବ ୧୫ ହେଲିପୋର୍ଟ

Advertisment

ପାରାଦୀପରେ ନିର୍ମାଣ ହେବ ଏକ ଗ୍ରିନ୍‌ଫିଲ୍‌ଡ ବିମାନବନ୍ଦର। ଏହାସହ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ବିକାଶ ଓ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ କରାଯିବ।

ପାରାଦୀପରେ ନିର୍ମାଣ ହେବ ଏକ ଗ୍ରିନ୍‌ଫିଲ୍‌ଡ ବିମାନବନ୍ଦର। ଏହାସହ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ବିକାଶ ଓ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ କରାଯିବ।

scscscx

Photograph: ( Mathrubhumi English)

ଭୁବନେଶ୍ବର: ପାରାଦୀପରେ ନିର୍ମାଣ ହେବ ଏକ ଗ୍ରିନ୍‌ଫିଲ୍‌ଡ ବିମାନବନ୍ଦର। ଏହାସହ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ବିକାଶ ଓ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ କରାଯିବ। ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଲୋକସେବା ଭବନରେ ‘ବିମାନ ଚଳାଚଳ ଓ ନେଟୱର୍କ ନିର୍ମାଣ ପରିଚାଳନା’ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ବୈଠକରେ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଓ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହାସହ ରାଜ୍ୟର ୧୫ ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ହେବ। ଢେଙ୍କାନାଳର ବିରାଶୋଳସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ପାଇଁ ନୋଡାଲ ଏଜେନ୍ସି ଭାବେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ବିମାନବନ୍ଦର, ହେଲିପ୍ୟାଡ୍ ଓ ଡ୍ରୋନ୍ ହବ୍ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ହୋଇଛି। ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ବିମାନବନ୍ଦରଗୁଡ଼ିକର କାର୍ଯ୍ୟ ଦକ୍ଷତାକୁ ଆହୁରି ବିକାଶ କରିବା ଓ ଏହାର ଆଧୁନିକୀକରଣ କରିବା ବିଷୟରେ ଗୁରୁତ୍ବାରୋପ କରାଯାଇଛି। 

ବିଶ୍ବସ୍ତରୀୟ ହେବ ରାଜ୍ୟର ବିମାନ ଚଳାଚଳ ଭିତ୍ତିଭୂମି, ନିର୍ମାଣ ହେବ ୧୫ ହେଲିପୋର୍ଟ
ପୁରୀ ବିମାନବନ୍ଦର ପ୍ରାକ୍‌ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେହିପରି ରାଷ୍ଟ୍ରାୟତ୍ତ ବିମାନବନ୍ଦରଗୁଡ଼ିକର ଉନ୍ନତୀକରଣ, ବିମାନ ସଂଯୋଗ ବୃଦ୍ଧି, ବିମାନ ଚଳାଚଳ ୟୁନିଟ୍‌ର ଦକ୍ଷତା ବୃଦ୍ଧି ସହିତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଆଧୁନିକ ଭିତ୍ତିଭୂମି ଓ ଉନ୍ନତ ମାନବ ସମ୍ବଳର ପ୍ରସ୍ତାବ ସହିତ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପୁନର୍ଗଠନ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଇପିକଲ୍‌ର ପରିଚାନଳା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ଦେବଦତ୍ତା ସୁରଞ୍ଜିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe