New guest at Nandankanan: Gaur calf born Photograph: (sambad.in)
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୨ ନମ୍ବର ଖୁଆଡ଼ରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଛି। ଶାବକଟି ଜୁଲାଇ ୯ ତାରିଖ ଅପରାହ୍ନ ୫ଟା ୨୫ ମିନଟରେ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଏହାଦ୍ବାରା ନନ୍ଦନକାନନରେ ମୋଟ ଗୟଳ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ସେଥି ମଧ୍ୟରେ ୧୦ଟି ଅଣ୍ଡିରା, ୩ଟି ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ନବଜାତ ଶାବକଟି ଅଛି।
ସୂଚନାଯୋଗ୍ୟ, ନନ୍ଦନକାନନରେ ଶେଷ ଗୟଳ ଜନ୍ମ ୫ ଜୁନ୍ ୨୦୨୪ରେ ରେକର୍ଡ କରାଯାଇଥିଲା।
Nandankanan zoo
Follow Us