୩୦ରେ ଏସ୍‌ସିବି ଓ ସିଡିଏରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ

Advertisment
୩୦ରେ ଏସ୍‌ସିବି ଓ ସିଡିଏରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ୱର : ଆସନ୍ତା ୩୦ତାରିଖରେ ଏସ୍‌ସିବି ମେଡିକାଲ କଲେଜ ଓ ସିଡିଏ-୭ରେ ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୯କୋଟି ଟଙ୍କା ବ୍ୟୟରେ ୧୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟର ଉଦ୍‌ଘାଟନ କରାଯିବ। ଏହାସହ ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା ବିଏସ୍‌ସି ନର୍ସିଂ କଲେଜ ଓ ନର୍ସିଂ କଲେଜର ଛାତ୍ରୀ ନିବାସର ନବନିର୍ମିତ ସୌଧର ଉଦ୍‌ଘାଟନ ହେବ। ୧୦୦ ସିଟ୍‌ ବିଶିଷ୍ଟ ଏହ ନର୍ସିଂ କଲେଜ ସୌଧ ୧୫.୦୯ କୋଟି ଟଙ୍କାରେ ନର୍ମିତ ହୋଇଛି। ୨୦୧୮/୧୯ ଶିକ୍ଷା ବର୍ଷରୁ ଏଥିରେ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି। ସେହିପରି ୪ଶହ ଛାତ୍ରୀ ରହିବା ପାଇଁ ନିର୍ମିତ ହୋଇଥିବା ଛାତ୍ରୀ ନିବାସ ପାଇଁ ୧୪.୯୬ କୋଟି ଟଙ୍କା ଖର୍ଚ ହୋଇଛି। ଆହୁରି ମଧ୍ୟ ୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏସ୍‌ସିବି ମେଡିକାଲ କଲେଜ କ୍ୟାମ୍ପସରେ ଓ୍ଵାଇଫାଇ ବ୍ୟବସ୍ଥାର ଶୁଭାରମ୍ଭ ହେବ।

ସିଡିଏ ସେକ୍ଟର-୭ରେ ୫ କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିବା ୩୦ଶଯ୍ୟା ବିଶିଷ୍ଟ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ରାଜ୍ୟରେ ଡାକ୍ତରୀ ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥଶରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe