ସମ୍ବଲପୁରର ୩ ଯୁବ ବୈଜ୍ଞାନିକ ତିଆରି କଲେ ବୃକ୍ଷଲତାର ସ୍ପନ୍ଦନ ମାପକ ଯନ୍ତ୍ର

Advertisment
ସମ୍ବଲପୁରର ୩ ଯୁବ ବୈଜ୍ଞାନିକ ତିଆରି କଲେ ବୃକ୍ଷଲତାର ସ୍ପନ୍ଦନ ମାପକ ଯନ୍ତ୍ର

ସମ୍ବଲପୁର: ସମ୍ବଲପୁରର ୩ ଯୁବ ବୈଜ୍ଞାନିକ ତିଆରି କରିଛନ୍ତି ‘ରିଦମ୍‌ ମିଟର୍‌ ଫର୍‌ ପ୍ଲାଣ୍ଟ’। ମଣିଷ ଶରୀରର ହୃଦସ୍ପନ୍ଦନ ମପା ଯିବା ବିଷୟରେ ସମସ୍ତେ ଶୁଣିଥିବେ। କିନ୍ତୁ ଏହି ନୂତନ ଯନ୍ତ୍ର ସାହାଯ୍ୟରେ ବୃକ୍ଷଲତାର ହୃଦ ସ୍ପନ୍ଦନ ଆକଳନ କରାଯାଇ ପାରିବ। ଏହି ଯନ୍ତ୍ର ମାଧ୍ୟମରେ ବୃକ୍ଷର ଜୈବିକ ଘଡ଼ି, ବାୟୋଲୋଜିକାଲ୍ ରିଦିମ୍, ବୃକ୍ଷର ପୋଷକ ତତ୍ତ୍ବ ଗ୍ରହଣ ଉପରେ ମଧ୍ୟ ସୂଚନା ଦେବ। ନୂଆପଡ଼ା ମହାମାୟା ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଡ. ପ୍ରଦୋଷ ଆଚାର୍ଯ୍ୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଗବେଷକ ଐଶ୍ବର୍ଯ୍ୟ ଖମାରୀ ମିଳିତ ଭାବେ ଏହି ଯନ୍ତ୍ରଟି ଉଦ୍ଭାବନ କରିଛନ୍ତି। ଏହି ଯନ୍ତ୍ର ଦ୍ବାରା ପୋଖରୀ ପାଣିର ପୋଷକ ତତ୍ତ୍ବ ମଧ୍ୟ ମପାଯାଇ ପାରିବ, ଯାହା ମାଛ ଚାଷୀଙ୍କୁ ବହୁତ ସାହାଯ୍ୟ କରିବ।publive-image

ଜାତୀୟ ସ୍ତରରେ ୩ଏମ୍ ସିଆଇଆଇ ପକ୍ଷରୁ ‘ଯୁବ ଅଭିନବ ବିକାଶ ଆହ୍ୱାନ ପୁରସ୍କାର’ ପ୍ରତିଯୋଗିତାରେ ଏହି ପ୍ରକଳ୍ପ ଗ୍ରାମୀଣ ଅଭିନବ ପ୍ରକଳ୍ପ କ୍ଷେତ୍ରରେ ଶ୍ରେଷ୍ଠ ୪ରେ ସ୍ଥାନ ପାଇଛି। ପୂର୍ବରୁ ୨୦୧୨ରେ ସମୀର ଭୋଇଙ୍କ ସହଯୋଗରେ ଶ୍ରୀ ମିଶ୍ର ଇଲେକ୍ଟ୍ରୋ ଲାଇଟର ୧୦୦୫ ତିଆରି କରିଥିଲେ। ଯେଉଁଥି ପାଇଁ ତାଙ୍କୁ ଇଣ୍ଡିଆନ୍ ସାଇନ୍ସ ଅଫ୍ କଂଗ୍ରେସ ଓ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ମାଇକ୍ରୋବାୟୋଲୋଜି ପକ୍ଷରୁ ପୁରସ୍କୃତ ମଧ୍ୟ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe