ଆୟୁଷ୍ମାନ ଭାରତ ଯୋଜନା ପାଇଁ ନୂଆ ଆଇଟି ପ୍ଲାଟଫର୍ମ: ବୈଷୟିକ ତ୍ରୁଟି ଉପୁଜିଲେ ବିକଳ୍ପ ପଦ୍ଧତି ଅବଲମ୍ବନ ପାଇଁ ଜାରି ହେଲା ମାର୍ଗଦର୍ଶିକା

Advertisment

ଆସନ୍ତାକାଲି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ଏକ ନୂଆ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି। ଏହା ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା....

ଆସନ୍ତାକାଲି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ଏକ ନୂଆ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି। ଏହା ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା....

Ayushman Yojana

Ayushman Yojana

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ଏକ ନୂଆ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି। ଏହା ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା ପାଇଁ ସବୁ ଅନୁବନ୍ଧିତ ହସ୍ପିଟାଲ ପାଇଁ କାର୍ଯ୍ୟ କରିବ। ତେବେ ନୂଆ ଆଇଟି ପ୍ଲାଟଫର୍ମରେ କିଛିଟା ସମସ୍ୟା ଉପୁଜିପାରେ। 

ତେବେ ଏହାକୁ ବାହାନା କରି କୌଣସି ହିତାଧିକାରୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି। ଏହାକୁ ଆଧାର କରି ଅନୁବନ୍ଧିତ ହସ୍ପିଟାଲମାନେ ଚିକିତ୍ସା ସୁବିଧା ପ୍ରଦାନ କରିବେ। ପରବର୍ତ୍ତୀ ସମୟରେ ରାଜ୍ୟ ସ୍ବାସ୍ଥ୍ୟ ଭରସା ସମିତି(ଏସ୍‌ଏଚ୍‌ଏଏସ୍‌)ଙ୍କୁ ସେମାନଙ୍କ ଅନ୍‌ଲାଇନ୍‌ ଦାବି ସଂପର୍କିତ କାଗଜପତ୍ର ପ୍ରଦାନ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ବୈଷୟିକ ସମସ୍ୟା ଉପୁଜିଲେ ଡାକ୍ତରଖାନାଗୁଡ଼ିକ https:giayportal.odisha.gov.in ଲିଙ୍କ୍‌ ଖୋଲି ଯୋଗ୍ୟତା ଯାଞ୍ଚ କରିବେ।

ପରେ ପିଏମ୍‌ଜେଏୱାଇ ହିତାଧିକାରୀ ବିକଳ୍ପ ବାଛିବା ପରେ ନୂତନ ସ୍ବାସ୍ଥ୍ୟକାର୍ଡ, ଆଧାର ନମ୍ବର, ରାସନ କାର୍ଡ ନମ୍ବର ଓ ପୁରୁଣା ସ୍ବାସ୍ଥ୍ୟକାର୍ଡ ନମ୍ବର ମଧ୍ୟରୁ ଗୋଟିଏ ବିକଳ୍ପକୁ ଚୟନ କରିବାକୁ ହେବ। ପୁରୁଣା ପୋର୍ଟାଲ୍‌ରେ ହିତାଧିକାରୀ ଯୋଗ୍ୟ ପ୍ରମାଣିତ ହେବା ପରେ ହସ୍ପିଟାଲ ଚିକିତ୍ସା ଆରମ୍ଭ କରିପାରିବେ। ନୂତନ ପୋର୍ଟାଲରେ ବୈଷୟିକ ସମସ୍ୟାର ସମାଧାନ ହେବା ପରେ ହସ୍ପିଟାଲ ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ କରିପାରିବେ। ବୈଷୟିକ ସମସ୍ୟା କାରଣରୁ ବର୍ତ୍ତମାନର ହିତାଧିକାରୀ ଯେପରି ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ତାହା ଉପରେ ଗୁରୁତ୍ବ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe