ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ବ୍ରହ୍ମସର ନୂତନ ଟେକ୍ନୋଲୋଜି ଆଇଟିସିଏମର ପରୀକ୍ଷା

Advertisment
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ବ୍ରହ୍ମସର ନୂତନ ଟେକ୍ନୋଲୋଜି ଆଇଟିସିଏମର ପରୀକ୍ଷା

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ସକାଳ ୧୦ଟା ୩୭ ମିନିଟ୍‌ରେ ପରୀକ୍ଷା ହେଲା ବ୍ରହ୍ମସର ନୂତନ ଟେକ୍ନୋଲୋଜି ଆଇଟିସିଏମ୍। ଏହି ପରୀକ୍ଷା ସମୟରେ ପୂର୍ବରୁ ସ୍ଥିରୀକୃତ ସମସ୍ତ ଟ୍ରାଜେଟୋରୀ ଅନୁସାରେ ଆଇଟିସିଏମ୍ ଗତି କରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି। ତେବେ ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡାରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।

ଆଜିର ପରୀକ୍ଷାରେ କ୍ଷେପଣାସ୍ତ୍ରରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନିକ୍‌ ଇଞ୍ଜିନ୍‌କୁ ବ୍ୟବହାର କରାଯାଇଛି। ଏହି ଇଞ୍ଜିନ୍‌ ପୂର୍ବ ଇଞ୍ଜିନ୍‌ ଅପେକ୍ଷା ଅଧିକ ହାଲୁକା ଥିବା ବେଳେ, ଏହାର ବେଗ ମଧ୍ୟ ଅଧିକ ବୋଲି କୁହାଯାଉଛି। ବିଭାଗ ତରଫରୁ ଏହି ଟେକନୋଲୋଜିକୁ ଆଇଟିସିଏମ୍ ବୋଲି ସୂଚନା ଦିଆଯାଇଛି। ଭାରତ ଡାଇନାମିକ୍ ଲିମିଟେଡ ଦ୍ବାରା ନିର୍ମିତ ଆଇଟିସିଏମର  ଓଜନ ୧୫୦୦ କିଲୋଗ୍ରାମ ଥିବା ବେଳେ, ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ରହିଛି। ଏହା ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ସହିତ ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe