ଜେଏସ୍‌ପିଏଲ୍‌ ଟାଉନସିପ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

Advertisment
ଜେଏସ୍‌ପିଏଲ୍‌ ଟାଉନସିପ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଅନୁଗୁଳ : ଅନୁଗୁଳ ନିଶାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ଇସ୍ପାତ କାରଖାନା ଟାଉନସିପ୍‌ ପରିସରରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ଶୁଭ ପ୍ରତିଷ୍ଠା ହୋଇଛି। ସପ୍ତାହବ୍ୟାପୀ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ଯଜ୍ଞ ପରେ ଆଜି ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ୩.୭ ଏକର ପରିମିତ ଜାଗାରେ ନିର୍ମିତ ଏହି ମନ୍ଦିରକୁ ସଂପୂର୍ଣ୍ଣ କରାଯିବା ପାଇଁ ୪ ବର୍ଷ ସମୟ ଲାଗିଛି। ୬୭ ଫୁଟ୍‌ ଉଚ୍ଚ ମୁଖ୍ୟ ମନ୍ଦିର କଳିଙ୍ଗ ଶୈଳୀରେ ନାଗାରା ବାସ୍ତୁକଳାରେ ନିର୍ମିତ ହୋଇଛି। ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ର ଓ ଅହମଦାବାଦର ମନ୍ଦିର ସ୍ଥପତି ନିଖିଲ ସୋମପୂରା ସଂଶ୍ଲିଷ୍ଟ ଥିଲେ। ମନ୍ଦିରର ବାହାର ପରିସର କାର୍ଯ୍ୟ ସୁଦୀପ୍ତ ଘୋଷଙ୍କ ଦ୍ୱାରା କରାଯାଇଛି। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ, ପୂଜ୍ୟ ଗୁରୁଦେବ ଶ୍ରୀ ବୁଢ଼ାବାପା, ଓପି ଜିନ୍ଦଲ ଗ୍ରୁପ୍‌ର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ, ଓସଓ୍ଵାଲ୍‌ ଗ୍ରୁପ୍‌ର ଅଧ୍ୟକ୍ଷା ଅରୁଣା ଓସଓ୍ଵାଲ୍‌, ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର ସହ ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ପଦ୍ମ ବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe