ନୂତନ ଡାକ୍ତରୀ ପାଠ୍ୟକ୍ରମ : ତାଲିମ୍‌ ନେଲେ ୪ ରାଜ୍ୟର ବିଶେଷଜ୍ଞ

Advertisment
ସ୍ବାସ୍ଥ୍ୟ ବିଭାଗକୁ ଘରୋଇ ମେଡିକାଲ୍‌ ସଂଘର ଚିଠି : କରୋନା ମୁକାବିଲା ପାଇଁ ଆମେ ପ୍ରସ୍ତୁତ, ବକେୟା ପାଉଣା ଦିଆଯାଉ

latestly.

କଟକ : ଡାକ୍ତର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ଏହି ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ କିପରି ପାଠ ପଢାଯିବ ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ତାଲିମ ଦିଆଯାଇଛି। କଟକ ବଡ଼ା ଡାକ୍ତରଖାନାକୁ ଆଞ୍ଚଳିକ ତାଲିମ୍‌ କେନ୍ଦ୍ର ଭାବେ ଘୋଷଣା କରାଯାଇଥିବାରୁ ଏଠାରେ ୪ଟି ରାଜ୍ୟର ବିଶେଷଜ୍ଞଙ୍କୁ ତାଲିମ ଦିଆଯାଇଥିଲା। ବିଭିନ୍ନ ରାଜ୍ୟର ନୂଆ ପାଠ୍ୟକ୍ରମରେ କଣ ବିଷୟବସ୍ତୁ ରହିଛି ତଥା ପିଲାଙ୍କୁ କିପରି ନୂଆ ଢାଞ୍ଚାରେ ପଢ଼ାଯିବ ସେ ସଂପର୍କରେ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶାର ୩୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ତାଲିମ୍‌ ଦିଆଯାଇଥିଲା। ତାଲିମ୍‌ କାର୍ଯ୍ୟକ୍ରମର ଆବାହକ ତଥା ଏସ୍‌ସିବିର ଅତିରିକ୍ତ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ପଣ୍ଡା ସମସ୍ତଙ୍କୁ ତାଲିମ୍‌ ପ୍ରଦ‌ାନ କରିଥିଲେ। ତିନିଦିନିଆ ତାଲିମ୍‌ ଶିବିରକୁ ଏସ୍‌ସିବି ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ଉଦ୍‌ଘାଟନ କରିଥିଲେ। ସୂଚନାଯୋଗ୍ୟ, ଏମ୍‌ସିଆଇ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe