ରେଲୱେ ବୋର୍ଡର ନୂଆ ମେମ୍ବର ହେଲେ ସଞ୍ଜୟ କୁମାର ମହାନ୍ତି

Advertisment
ରେଲୱେ ବୋର୍ଡର ନୂଆ ମେମ୍ବର ହେଲେ ସଞ୍ଜୟ କୁମାର ମହାନ୍ତି

Latest Odisha

ଭୁବନେଶ୍ବର: ଭାରତୀୟ ରେଳପଥ ଟ୍ରାଫିକ୍‌ ସେବାର ୧୯୮୫ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ସଞ୍ଜୟ କୁମାର ମହାନ୍ତି ନୂଆଦିଲ୍ଲୀସ୍ଥିତ ରେଳ ମନ୍ତ୍ରାଳୟର ରେଲୱେ ବୋର୍ଡର ନୂଆ ମେମ୍ବର (ଅପରେସନ ଓ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି। ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ମହାନ୍ତି କୋଲକାତାସ୍ଥ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ମହାନ୍ତି ନୂଆଦିଲ୍ଳୀସ୍ଥ ରେଲୱେ ବୋର୍ଡର ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଟ୍ରାଫିକ୍‌ ପରିବହନ), ପୂର୍ବ ତଟ ରେଳପଥରେ ବରିଷ୍ଠ ଉପମହାପ୍ରବନ୍ଧକ ଓ ମୁଖ୍ୟ ସତର୍କତା ଅଧିକାରୀ, ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ଏବଂ ମୁଖ୍ୟ ପଣ୍ୟ ପରିବହନ ପ୍ରବନ୍ଧକ, ଭୁବନେଶ୍ବର ଆଇ.ଆର.ସି.ଟି.ସି.ର ଆଞ୍ଚଳିକ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଇତ୍ୟାଦି ଭାରତୀୟ ରେଳପଥର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟର ପଣ୍ୟ ପରିବହନ କ୍ଷେତ୍ରରେ ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳ ଭାରତୀୟ ରେଳପଥରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ଥିଲା ମହାନ୍ତିଙ୍କର ସବୁଠାରୁ ବଡ଼ ସଫଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe