ଆଜିଠୁ ଚଳିଲା ନୂଆପାଞ୍ଜି : ନଭେମ୍ବରରୁ ସଂପୂର୍ଣ୍ଣ ଟଳିବ କରୋନା ଭୟ, ବାହାରିବ ଔଷଧ

Advertisment
ଆଜିଠୁ ଚଳିଲା ନୂଆପାଞ୍ଜି : ନଭେମ୍ବରରୁ ସଂପୂର୍ଣ୍ଣ ଟଳିବ କରୋନା ଭୟ, ବାହାରିବ ଔଷଧ

ପୁରୀ : ଆଜି ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ନୂତନ ପାଞ୍ଜି ପ୍ରଚଳିତ ହୋଇଛି। ତେବେ ଗତ ବର୍ଷ ଫନି ବାତ୍ୟା, କରୋନା ଭଳି ଭୟଙ୍କର ସ୍ଥିତିକୁ ନେଇ ବିଚଳିତ ଲୋକଙ୍କ ପାଇଁ ଏ ବର୍ଷର କ’ଣ ରହିଛି ଫଳ, କେମିତି କଟିବ ଏ ବର୍ଷ। କରୋନା ଭଳି ମହାମାରୀ ବିଶ୍ବରୁ ଟଳିବ କି ନାହିଁ ତାକୁ ନେଇ ପୁରୀର ବରିଷ୍ଠ ଗଣକବୃନ୍ଦ ସୂଚନା ଦେଇଛନ୍ତି। ସମାନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟୋତିର୍ବିଦ୍‌ ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି, ଗଣନା ତଥା ନାରଦ ସଂହିତା ମୁତାବକ ଏ ବର୍ଷ ଏକ ଆଶ୍ବସ୍ତିକର ଖବର ମିଳିବ। ସାରା ବିଶ୍ବକୁ କବଳିତ କରିଥିବା କରୋନା ଭୂତାଣୁ ଆସନ୍ତା ଜୁନ ପହିଲାରେ ଟଳିବ। ସେପ୍‌ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହି ରୋଗ ବିଶ୍ବରୁ ସଂପୂର୍ଣ୍ଣ ଟଳିଯିବ। ବିଶ୍ବର ଦୁଇଜଣ ଡାକ୍ତର ଆୟୁର୍ବେଦ ଚିକିତ୍ସ‌‌ା ପଦ୍ଧତି ସହଯୋଗରେ ଜୁନ୍‌ରେ ଦୁଇଜଣ ଡାକ୍ତର ଔଷଧ ଉଦ୍‌ଭାବନ କରିବେ। ତେବେ ସେପ୍‌ଟେମ୍ବରରୁ ପୁଣିଥରେ ଏକ ନୂଆ ସ୍ବାସ୍ଥ୍ୟ ସମସ୍ୟା ଉଭା ‌ହେବ, ମାତ୍ର ତାହା ଟଳିଯିବ ବୋଲି ଗଣନା କହୁଛି।

ଗଣନା ମୁତାବକ, ଚଳିତ ବର୍ଷ ଆନନ୍ଦ ସମ୍ବତ୍ସରର ବର୍ଷ। ଆସନ୍ତା ୨୦୨୦ ମେ ୩୧ ତାରିଖରୁ ଏହା ଆରମ୍ଭ ହେବ। ବର୍ତ୍ତମାନ ପ୍ରମାଦି ସମ୍ବତ୍ସର ଚାଲିଥିବାରୁ ଫନି ଭଳି ବାତ୍ୟା ଓ କରୋନା ଭଳି ଭୂତାଣୁ ଭୟ ଉପସ୍ଥିତ ହୋଇଥିଲା। ମାତ୍ର ଜୁନ ୧ରୁ ଏହା ଟଳିବ। ସେହି ଦିନ ଠାରୁ କେତୁ ଧନୁ ରାଶିରେ ସେପ୍ଟମ୍ବର ୧୯ ପର୍ଯ୍ୟନ୍ତ ଚଳୁଥିବାରୁ କ‌ରୋନା ଭୟ ସେ ପର୍ଯ୍ୟନ୍ତ ଲାଗିରହିବ। ତେବେ ବୃହସ୍ପତି ଜୁନ ୨୯ରୁ ବକ୍ରଗତିରେ ଧନୁ ରାଶିକୁ ଆସିବେ ଓ କେତୁ ସହିତ ଯୁକ୍ତ ହୋଇଯିବେ। ତେଣୁ କରୋନାର ଚିକିତ୍ସା ପାଇଁ ନୂତନ ଔଷଧ ଆବିଷ୍କୃତ ‌ହେବ। ସଂପ୍ରତି ବୃହସ୍ପତି ମକର ରାଶିରେ ଚଳୁଥିବାରୁ ଏବଂ ଶନି ସେଠାରେ ଉପସ୍ଥିତ ହୋଇ ଥିବାରୁ ବିଶ୍ବର ଦୁଇ ଜଣ ଡାକ୍ତର ଆୟୁର୍ବେଦ ଚିକିତ୍ସାର ସାହାଯ୍ୟ ନେଇ କ‌ରୋନା ବିରୋଧୀ ନୂତନ ଔଷଧର ଆବିଷ୍କାର କରିବେ।

publive-image

ବୃହସ୍ପତି ମକର ରାଶିକୁ ନମ୍ବେଭର ୨୦ରେ ଚଳିବେ। ତେଣୁ ସମଗ୍ର ବିଶ୍ବରୁ କରୋନା ସ୍ବାସ୍ଥ୍ୟା ସମସ୍ୟା ଟଳିବ। ମାତ୍ର ଏକ ନୂତନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ତାହା ପୁଣି କ୍ଷୀଣ ହୋଇଯିବ। ଏ ବର୍ଷର ରାଜା ବୁଧ ହୋଇଥିବାରୁ ଫନି ଭଳି ବାତ୍ୟା ଭୟ ରହିବ ନାହିଁ। ନାରଦ ସଂହିତ‌ା ମତରେ ବୁଧ ରାଜା ହେଲେ ସେ ବର୍ଷ ମନ୍ଦ ବାୟୁ ପ୍ରଭାବିତ ହୁଏ, ଅର୍ଥାତ ବାୟୁର ବିଶେଷ ପ୍ରକୋପ ରହିବ ନାହିଁ। ସୁ ବୃ୍ଷ୍ଟି ହେବ। ଏହା ସତ୍ତ୍ବେ ଏ ବର୍ଷର ମେଘର ନାମ ଆବର୍ତ୍ତକ ହୋଇଥିବାରୁ ଦେଶରେ ଦୁର୍ବିକ୍ଷ ଓ ବହୁ ଶସ୍ୟ ହାନି ସମସ୍ୟା ଦେଖାଦେବ। ଏ ବର୍ଷର ଶଶ୍ୟାୟ ୮ ବିଶୁଆ ଓ ବର୍ଷା ୧୦୦ ଦିନ ହେଉଥିବାରୁ ଅଧା ଶସ୍ୟ ଉତ୍ପାଦନ ହେବ। ଏ ବର୍ଷର ମନ୍ତ୍ରୀ ଶନି ହେଉଥିବାରୁ ଗୁଜୁରାଟ, ମହାରାଷ୍ଟ୍ର, ବିହାର ଭଳି ରାଜ୍ୟରେ ରାଜ ଉପଦ୍ରବ ଦେଖାଦେବ। ମଙ୍ଗଳ ପ୍ରଭାବରେ ଦିଲ୍ଲୀରେ ଭୂକମ୍ପ, ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅଗ୍ନି ଭୟ ରହିବ। ଏ ବର୍ଷ ୨୧/୬ରେ ସୂର୍ଯ୍ୟ ପରାଗ ହେବ। ଏଥର ଆଶ୍ବିନ ଯୋଡ଼ା ମାସ ହେଉଥିବାରୁ ଏ ବର୍ଷର ହରିଶୟନ ଏକାଦଶୀ ଶ୍ରାବଣ ମାସରେ ଅନୁଷ୍ଠିତ ହେବ। ତେଣୁ ମୋଟାମୋଟି ଆନନ୍ଦ ସମ୍ବତ୍ସର ହେତୁ ଜୁନ ୧ ରୁ କ୍ରମଶଃ ରାଜା ଓ ପ୍ରଜା ଆଶ୍ବସ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe