ଦୁର୍ଗମ ଅଞ୍ଚଳରେ ପ୍ରସବ ବ୍ୟବସ୍ଥା ପାଇଁ ନୂଆ ଯୋଜନା: ଏଣିକି ନର୍ସ କରାଇବେ ସାଧାରଣ ପ୍ରସବ

ଏମ୍‌ସରେ ନିଯୁକ୍ତ ହେବେ ୩୦୩୫ ନର୍ସ

Manoramaonline

ଏସ୍‌ସିବିରେ ହେବ ମିଡ୍‌ୱାଇଫ୍‌ ନର୍ସିଂ ତାଲିମ୍‌ କେନ୍ଦ୍ର
ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ତାଲିମ

କଟକ : ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ସହିତ ସାଧାରଣ ପ୍ରସବକୁ ବ୍ୟବସ୍ଥିତ କରାଯିବ। କୌଣସି ଜଟିଳତା ନଥାଇ ସାଧାରଣ ପ୍ରସବ ହେଲେ ବି ସିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବଡ଼ ଡାକ୍ତରଖାନାକୁ ପ୍ରସୂତିଙ୍କୁ ପଠାଇ ଦିଆଯାଉଛି। କାରଣ ଦୁର୍ଗମ ଅଞ୍ଚଳରେ ଭିତ୍ତିଭୂମି ନାହିଁ। ଥିଲେ ବି ତାହା ମଧ୍ୟ ବ୍ୟବହାର କରାଯାଉନି। ଯାହାଫଳରେ, ବଡ଼ ଡାକ୍ତରଖାନା ଉପରେ ଚାପ ବଢୁଛି। ଏଣୁ, ପ୍ରସବ ବ୍ୟବସ୍ଥାକୁ ବ୍ୟବ‌ସ୍ଥିତ କରିବାପାଇଁ ଆଗକୁ ନର୍ସ ବି ସାଧାରଣ ପ୍ରସବ କରାଇପାରିବେ। ସେମାନଙ୍କ ସହିତ କୌଣସି ଡାକ୍ତର ରହିବେନି। ସେମାନେ ନିଜେ ଏକୁଟିଆ ପ୍ରସବ କରାଇବେ । ଏଥିପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ-ରୋଗ ଓ ପ୍ରସୂତି ରୋଗ ବିଭାଗରେ ଆରମ୍ଭ ହେବ ମିଡ୍‌ୱାଇଫ୍‌ ନର୍ସିଂ ଟ୍ରେନିଂ ବ୍ୟବସ୍ଥା।

ପୂର୍ବଭାରତର ଏହି ତାଲିମ୍‌ କେନ୍ଦ୍ରରେ ରାଜ୍ୟର ନର୍ସମାନଙ୍କୁ ତାଲିମ ଦିଆଯିବ। ଏଥିପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ କମିସନର, ଏନ୍‌ଏଚ୍‌ଏମ୍‌ ଓ ନର୍ସଂ ଡାଇରେକ୍ଟରଙ୍କୁ ନେଇ ସିଆରଏମ୍‌ ଟିମ୍‌ ଏସ୍‌ସିବି ଗସ୍ତ କରି ଭିତ୍ତିଭୂମି ପରଖିଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରାଯାଇଛି।

ଏସ୍‌ସିବିରେ ବର୍ଷକୁ ପାଖାପାଖି ୧୩ହଜାର ସନ୍ତାନ ପ୍ରସବ ହେଉଥିବାବେଳେ ସେଥିରୁ ପାଖାପାଖି ୫ହଜାର ହେଉଛି ସାଧାରଣ ପ୍ରସବ। ଯାଫଳରେ ଏସ୍‌ସିବି ଉପରେ ଚା‌ପ ବଢୁଛି ଓ କୌଣସି ଜଟିଳତା ନଥିଲେ ବି ପ୍ରସବ ପାଇଁ ସିଧା ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଉଛି। ଅନ୍ୟପଟେ ଗ୍ରାମାଞ୍ଚଳରେ ବି ସମାନ ସ୍ଥିତି। କୌଣସି ଜଟିଳତା ନ ଥାଇ ସାଧାରଣ ପ୍ରସବ ପାଇଁ କ’ଣ ପାଇଁ ପ୍ରସୂତିଙ୍କୁ ନିଜ ଅଞ୍ଚଳରେ ସୁବିଧା ମିଳିବନି? ଏହାକୁ ଦୃଷ୍ଟିରେ ରଖି ନର୍ସମାନଙ୍କୁ ତାଲିମ ଦେବାପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ମିଡ୍‌ୱାଇଫ୍ ନର୍ସିଂ ଟ୍ରେନିଂ ବ୍ୟବସ୍ଥା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ ହେବ। ଏଥିରେ ନର୍ସମାନଙ୍କୁ ମାନିକୁଇନ୍‌, ସ୍କିଲ୍‌ ଲାବ୍‌ ଓ ବିଭାଗରେ କେମିତି ପ୍ରସବ କରାଯିବ, ସେ ସଂପର୍କରେ ତାଲିମ ଦିଆଯିବ। ଏଥିପାଇଁ ୪ଟି ଲେବର ବେଡ୍‌, ୱାର୍ମର ଓ ଅନ୍ୟ ଭିତ୍ତି ସବୁ ପ୍ରସ୍ତୁତ କରାଯାଇଛି।

ସୂଚନା ଅନୁସାରେ, ଦୁଇଦିନ ତଳେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ କମିସନର, ଏନ୍‌ଆରଏଚ୍‌ଏମ୍‌ର ମୁଖ୍ୟ ଦୀନବନ୍ଧୁ ସାହୁ, ନର୍ସଂ ତାଲିମ କେନ୍ଦ୍ରର ଡାଇରେକ୍ଟର ଡାକ୍ତର ସଂ‌ଯୁକ୍ତା ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ପହଞ୍ଚି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର, ଡାକ୍ତର ରବି ଶତପଥୀ, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe