ଭୁବନେଶ୍ବର: ରାଜ୍ୟରେ ଆଜି ୧୪୯୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୫୮୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ଜଣ, ଅନୁଗୁଳରୁ୨୫ ବାଲେଶ୍ବର ଜିଲ୍ଲାରୁ ୩୭, ବରଗଡ଼ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀର ଜିଲ୍ଲାରୁ ୧୯, କଟକ ଜିଲ୍ଲାରୁ ୨୮, ଦେବଗଡ଼ ଜିଲ୍ଲାରୁ ୨, ଢେଙ୍କାନାଳ ଜିଲ୍ଲାରୁ ୯୨ , ଗଜପତି ଜିଲ୍ଲାରୁ ୯୭, ଜଗତସିଂହପୁର ଜିଲ୍ଲାରୁ ୧୫, ଯାଜପୁର ଜିଲ୍ଲାରୁ ୧୯, ଝାରସୁଗୁଡ଼ା ଜିଲ୍ଲାରୁ ୭, କଳାହାଣ୍ଡି ଜିଲ୍ଲାରୁ ୪୪, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୨୧୪, କୋରାପୁଟ ଜିଲ୍ଲାରୁ ୮୧, ମାଲକାନଗିରି ଜିଲ୍ଲାରୁ ୨୬, ମୟୂରଭଞ୍ଜ ଜିଲ୍ଲାରୁ ୧୩, ନୟାଗଡ଼ ଜିଲ୍ଲାରୁ ୬୭, ନୂଆପଡ଼ା ଜିଲ୍ଲାରୁ ୯, ନବରଙ୍ଗପୁର ଜିଲ୍ଲାରୁ ୩୩, ପୁରୀ ଜିଲ୍ଲାରୁ ୩୬, ରାୟଗଡ଼ା ଜିଲ୍ଲାରୁ ୪୦, ସୁବର୍ଣ୍ଣପୁର ଜିଲ୍ଲାରୁ ୫, ସମ୍ବଲପୁରରୁ ୫୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୧୯,୭୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୮୧ ରହିଛି।
Follow Us