New possibilities: ସାଇକ୍ଲିଂର ନୂଆ ସମ୍ଭାବନା ରୋହିତ

Advertisment

ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ଆମ୍ବଝରଣ ଗ୍ରାମର ଲୁଥାର ହେମ୍ବ୍ରମ ଓ ବାସନ୍ତୀ ହେମ୍ବ୍ରମଙ୍କ ସାନପୁଅ ରୋହିତ (୨୩) ସାଇକଲ୍‌ ଚାଳନାରେ ଖ୍ୟାତି ଅର୍ଜନ କରିଥିବା‌ବେଳେ.....

ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ଆମ୍ବଝରଣ ଗ୍ରାମର ଲୁଥାର ହେମ୍ବ୍ରମ ଓ ବାସନ୍ତୀ ହେମ୍ବ୍ରମଙ୍କ ସାନପୁଅ ରୋହିତ (୨୩) ସାଇକଲ୍‌ ଚାଳନାରେ ଖ୍ୟାତି ଅର୍ଜନ କରିଥିବା‌ବେଳେ.....

Untitled-4

ଲାଠିକଟା: ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ଆମ୍ବଝରଣ ଗ୍ରାମର ଲୁଥାର ହେମ୍ବ୍ରମ ଓ ବାସନ୍ତୀ ହେମ୍ବ୍ରମଙ୍କ ସାନପୁଅ ରୋହିତ (୨୩) ସାଇକଲ୍‌ ଚାଳନାରେ ଖ୍ୟାତି ଅର୍ଜନ କରିଥିବା‌ବେଳେ ଏଥିପାଇଁ ସେ ସଂଘର୍ଷ କରୁଛନ୍ତି। ନିଜ ଗାଁ ମନକୋ ପ୍ରାଥମିକ ବିଦ୍ୟାଳୟରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରି ସେ ହମିରପୁର ସ୍କୁଲରେ ପାଠ ପଢୁଥିବା ସମୟରେ ଅନ୍ତର୍ଜାତୀୟ ସାଇକଲ୍‌ ପ୍ରଶିକ୍ଷକ ସୁଶୀଲ ଦାଶ ରୋହିତଙ୍କ ଭିତରେ ସମ୍ଭାବନା ଦେଖି ତାଙ୍କୁ ତାଲିମ ଦେଇଥିଲେ। ପାଠପଢ଼ା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ସେ ସଫଳତା ପାଇବା

Deendayalji's Ektaatmanabvad: ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍‌ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ୍‌: ମୁଖ୍ୟମନ୍ତ୍ରୀ

ପରେ ଭଦ୍ରକ, କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଇକଲ ଚାଳନା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ପାଇଥିଲେ। ସାଇକ୍ଲିଂ ଫେଡରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ହରିୟାଣା, କର୍ଣ୍ଣାଟକ, କେରଳ, ନୂଆଦିଲ୍ଲୀ ଆଦି ସ୍ଥାନରେ ଅନୁଷ୍ଠିତ ଜାତୀୟ ସାଇକଲ ଚାଳନା ପ୍ରତିଯୋଗିତାରେ ସେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ପାଇନଥିଲେ। ୨୦୨୨ ମସିହାରେ ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆରେ ଅଂଶଗ୍ରହଣ କରି ଚତୁର୍ଥ ସ୍ଥାନରେ ରହିଥିଲେ। ୨୦୨୩ ଜୁନ୍ ମାସରେ ସାଇକଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ମହାରାଷ୍ଟ୍ରରେ ଅନୁଷ୍ଠିତ ୨୭ତମ ଜାତୀୟ ସାଇକଲ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦଶମ ସ୍ଥାନରେ ରହିଥିଲେ।

Instagram and YouTube addicting: ଶିଶୁଙ୍କୁ ନିଶାରେ ପକାଉଛନ୍ତି ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌?

 ୨୦୨୪ରେ ସାଇକଲ୍‌ ଫେଡରେସନ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ରାଞ୍ଚିଠାରେ ଅନୁଷ୍ଠିତ ଜାତୀୟ ସାଇକଲ୍‌ ଟ୍ରାକ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସପ୍ତମ ସ୍ଥାନରେ ରହିଥିଲେ। ୨୦୨୫ରେ ସେ ସମ୍ବଲପୁରରେ ଅନୁଷ୍ଠିତ ଜାତୀୟ ସାଇକଲ୍‌ ପ୍ରତିଯୋଗିତାରେ ୧୫ତମ ସ୍ଥାନରେ ରହିଥିଲେ। ୨୦୨୫ରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦୁଇଟି ରୌପ୍ୟ, ସୁନ୍ଦରଗଡ଼ରେ ଅନୁଷ୍ଠିତ ରୋଡ୍‌ ସାଇକ୍ଲିଂ ଚାମ୍ପିଅନସିପ୍‌ରେ ରୌପ୍ୟ ଓ‌ କାଂସ୍ୟପଦକ ପାଇଥିଲେ। ୨୦୨୫ ମସିହାରେ ତାଙ୍କ କୋଚ୍‌ଙ୍କର ମୃତ୍ୟୁ ହେବା ପରେ ଏବେ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ‌ହେଉଛନ୍ତି। ଫଳରେ ସେ କୌଣସି ଜାତୀୟଖେଳରେ ଅଂଶଗ୍ରହଣ କରି ପାରୁନାହାନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe