image source- birdgroup.co.in
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରସ୍ଥିତ ବି.ଏସ୍.ଏଲ୍ କମ୍ପାନିର ଉତ୍ପାଦନ ରେକର୍ଡ ଭଙ୍ଗା କାର୍ଯ୍ୟକ୍ରମ ଜାରି ରହିଛି। କମ୍ପାନି ଜାନୁଆରୀ ମାସରେ ୩୫ ରେକ୍ ମାଲ୍ ବିକ୍ରି କରି ଗତ ଡିସେମ୍ବର ମାସରେ ସ୍ଥାପିତ କରିଥିବା ୩୨ ରେକ୍ ର ପୁନର୍ବାର ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେଇଛି। ଅବିରତ ପ୍ରଚେଷ୍ଠା, କେନ୍ଦ୍ର ମନ୍ତ୍ରାଳୟର ସହଯୋଗ, ଇସ୍ପାତ ସେକ୍ରେଟାରୀ ଓ ନିର୍ଦ୍ଦେଶକାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ, ଚେୟାରମ୍ୟାନ, ପରିଚାଳନା ନିର୍ଦ୍ଦେଶକ, ବୀରମିତ୍ରପୁରର ଅଧିକାରୀ ଓ ଶ୍ରମିକ ମାନଙ୍କର ସହଯୋଗ ଫଳରେ ଏକ ଚମତ୍କାର ଧାରା ବଜାୟ ରହିଛି ବୋଲି ସ୍ଥାନୀୟ ବିଧାୟକ ଶଙ୍କର ଓରାମ ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ଏହି ଧାରା ଚାଲୁ ରଖିବାର ପ୍ରଯତ୍ନ ଜାରି ରହିଛି। କମ୍ପାନିର ମୂଳଭୂତ ଢାଞ୍ଚାରେ ପରିବର୍ତ୍ତନ ଅଣାଯାଇ ଏହାକୁ ଭାରତ ସରକାରଙ୍କ ଏକ ପ୍ରମୁଖ କମ୍ପାନିର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/BSLC-LOGO.jpg)