ପୁଣି ରେକର୍ଡ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧ ହଜାର ୩୭୯ କରୋନା ନମୁନା ପରୀକ୍ଷା

Advertisment
ପୁଣି ରେକର୍ଡ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧ ହଜାର ୩୭୯ କରୋନା ନମୁନା ପରୀକ୍ଷା

image source-medcitynews

ଭୁବନେଶ୍ୱର: ପୁଣି କରୋନା ନମୁନା ପରୀକ୍ଷାରେ ଏକ ରେକର୍ଡ କରିଛି ଓଡ଼ିଶା। ପ୍ରଥମ ଥର ପାଇଁ ଗୋଟିଏ ଦିନରେ କରୋନା ଟେଷ୍ଟ ୬୦ ହଜାର ଟପିଛି କରୋନା ନମୁନା ପରୀକ୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧ ହଜାର ୩୭୯ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗଞ୍ଜାମରେ ସର୍ବାଧିକ ୮, ୬୦୩ ନମୁନା ପରୀକ୍ଷା ହୋଇଛି।

ତାଙ୍କର ସୂଚନା ଅନୁଯାୟୀ, ଆରଟିପିସିଆରରେ ୭,୦୫୪, ଆଣ୍ଟିଜେନରେ ୫୪,୨୪୩ ଏବଂ ଟ୍ରୁନଟରେ ୮୨ଟି କରୋନା ପରୀକ୍ଷା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ୫୬ ହଜାର ୪୭୯ କରୋନା ନମୁନା ପରୀକ୍ଷା ହୋଇଥିଲା । ଏଥିମଧ୍ୟରୁ ୪୪,୯୫୦ ଜଣଙ୍କର ଆଣ୍ଟିଜେନ, ୧୧୩୫୮ଟି ଆରଟିପିସିଆର୍ ଓ ୧୭୧ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭,୯୫୫ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଥିଲା।

ଉଲ୍ଲେଖଯୋଗ୍ୟ, କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୧ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି।

କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।
ଏଣେ ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ୧୯ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe