New regional party in March: ମାର୍ଚ୍ଚରେ ନୂଆ ଆଞ୍ଚଳିକ ଦଳ: ଜାନୁଆରି ଦ୍ବିତୀୟ ସପ୍ତାହରେ ଯୁବ-ଛାତ୍ର ସମାବେଶରୁ ପଡ଼ିବ ମୂଳଦୁଆ

Advertisment

ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ ମୁଣ୍ଡ ଟେକିବ ଏକ ନୂଆ ଆଞ୍ଚଳିକ ଦଳ। ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଜାନୁଆରି ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରରେ ଯୁବକ ଓ ଛାତ୍ରମାନଙ୍କୁ ନେଇ ଏକ ସମାବେଶ ଆୟୋଜିତ....

ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ ମୁଣ୍ଡ ଟେକିବ ଏକ ନୂଆ ଆଞ୍ଚଳିକ ଦଳ। ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଜାନୁଆରି ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରରେ ଯୁବକ ଓ ଛାତ୍ରମାନଙ୍କୁ ନେଇ ଏକ ସମାବେଶ ଆୟୋଜିତ....

leader sfhfsh

Photograph: (Shutterstock)

କୃଷ୍ଣପ୍ରସାଦ ଦାସ
କଟକ: ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ ମୁଣ୍ଡ ଟେକିବ ଏକ ନୂଆ ଆଞ୍ଚଳିକ ଦଳ। ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଜାନୁଆରି ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରରେ ଯୁବକ ଓ ଛାତ୍ରମାନଙ୍କୁ ନେଇ ଏକ ସମାବେଶ ଆୟୋଜିତ ହେବ ଏବଂ ‌ଏହି ସମାବେଶରୁ ଆଞ୍ଚଳିକ ଦଳର ମୂଳଦୁଆ ପଡ଼ିବ। ନୂଆ ଆଞ୍ଚଳିକ ଦଳ ପ୍ରତି ରାଜ୍ୟ ରାଜନୀତିର ଅନେକ ବରିଷ୍ଠ ନେତୃବୃନ୍ଦଙ୍କ ପରୋକ୍ଷ ସମର୍ଥନ ଓ ଆଶୀର୍ବାଦ ରହିଥିବା ବେଳେ ବିଭିନ୍ନ ଦଳର ରାଜନୀତିରେ ଥିବା ଦ୍ବିତୀୟ ପିଢ଼ିର ଯୁବକମାନଙ୍କୁ ନେଇ ମୁଖ୍ୟତଃ ଏହି ଦଳ ଗଠନ ହେବାକୁ ଯାଉଛି।

Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍‌ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍‌ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ

ଜାନୁଆରି ଦ୍ବିତୀୟ ସପ୍ତାହରେ ଯୁବ-ଛାତ୍ର ସମାବେଶରୁ ପଡ଼ିବ ମୂଳଦୁଆ
କଂଗ୍ରେସ ଓ ବିଜେଡିର ଦ୍ବିତୀୟ ପିଢ଼ିର ଯୁବନେତା ସାମିଲ ‌ହେବେ

ତଥ୍ୟ ଅନୁଯାୟୀ ନୂଆ ଦଳର ନାମ ପଞ୍ଜୀକରଣ ପାଇଁ ପ୍ରାରମ୍ଭିକ ପଦକ୍ଷେପ ଏହାମଧ୍ୟରେ ଆରମ୍ଭ ହୋଇଯାଇଛି। ‘କଂଗ୍ରେସ’ ନାମ ସହିତ ଜଡ଼ିତ ଏକ ନାମରେ ଏହି ଦଳ ଗଠନ ହେବାକୁ ଯାଉଛି। ନାମ ପଞ୍ଜୀକରଣ ସ୍ବୀକୃତି ଆସିବା ପରେ ମାର୍ଚ୍ଚ ମାସରେ ଏହି ଆଞ୍ଚଳିକ ଦଳ ସାମନାକୁ ଆସିବ। ପ୍ରାରମ୍ଭିକ ଭାବେ ଉପକୂଳ ଜିଲ୍ଲାର ଯୁବ ଓ ଛାତ୍ରଙ୍କୁ ଏହି ଆଞ୍ଚଳିକ ଦଳରେ ଏକାଠି କରିବାର ଯୋଜନା ଚୂଡ଼ାନ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଦଳକୁ ବିଭିନ୍ନ ଅଞ୍ଚଳକୁ ସଂପ୍ରସାରଣ କରାଯିବାର ଯୋଜନା ରହିଛି। ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଅଞ୍ଚଳର ଅନେକ ଯୁବନେତା ଓ ବରିଷ୍ଠ ନେତା ଏହି ଆଞ୍ଚଳିକ ଦଳରେ ସାମିଲ ହେବାକୁ ଯାଉଛନ୍ତି। ମାର୍ଚ୍ଚ ମାସରେ ଦଳ ସାମନାକୁ ଆସିବା ସମୟରେ ଭୁବନେଶ୍ବର ଓ କଟକ ଅଞ୍ଚଳର ଅନେକ ଯୁବନେତା, କର୍ପୋରେଟରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି। କଂଗ୍ରେସ ଓ ବିଜେଡିର ଅନେକ ପ୍ରଭାବଶାଳୀ ଦ୍ବିତୀୟ ପିଢ଼ିର ନେତା ନୂଆ ଆଞ୍ଚଳିକ ଦଳ ପାଇଁ ଏ‌ବେ ଉତ୍ସାହିତ ଅଛନ୍ତି। ଦକ୍ଷତା ଓ ଯୋଗ୍ୟତା ଥାଇ ବି ଦଳ ଭିତରେ ସୁଯୋଗରୁ ବଞ୍ଚିତ ଥିବା କଂଗ୍ରେସ ଓ ବିଜେଡିର ଯୁବ ନେତାମାନେ ନୂଆ ଆଞ୍ଚଳିକ ଦଳ ଜରିଆରେ ନିଜର ଭବି‌ଷ୍ୟତ ଗଢ଼ିବା ପାଇଁ ଏଥିରେ ସାମିଲ ହେବେ। ଦିଲ୍ଲୀରେ ‘ଆପ୍‌’ ଶୈଳୀରେ ଓଡ଼ିଶାରେ ଏହି ଆଞ୍ଚଳିକ ଦଳ ନିଜର ଭବିଷ୍ୟତ ଗଢ଼ିବା ଯୋଜନାରେ ଅଛି। 

Horoscope 2026 January 03: ଜାଣନ୍ତୁ ଆଜିର ରାଶିଫଳ

କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ ଏହି ନୂଆ ଆଞ୍ଚଳିକ ଦଳର ମୂଳ ସୂତ୍ରଧର ଥିବା ବେଳେ ଦଳ ସଂପର୍କରେ ଜାନୁଆରିରେ ଭୁବନେଶ୍ବରରେ ହେବାକୁ ଥିବା ଯୁବ-ଛାତ୍ର ସମାବେଶରେ ଅନେକ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଏ ସଂପର୍କରେ ଶ୍ରୀ ମୋକିମ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତିରେ ଏକ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି। ଏହି ଆଞ୍ଚଳିକ ଦଳ ଲୋକଙ୍କ ସହ ଯୋଡ଼ି ହୋଇ ଏକ ଭିନ୍ନ ଢଙ୍ଗରେ କାର୍ଯ୍ୟ କରିବ। କିନ୍ତୁ ଏ ସଂପର୍କରେ ଆଗକୁ ଅଧିକ ସ୍ପଷ୍ଟ ହେବ। ଏବେଠାରୁ ଏ ସଂପର୍କରେ କିଛି ସ୍ପଷ୍ଟ ଭାବେ କହିବା ଠିକ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe