୩ ଆଇପିଏସ୍‌ଙ୍କୁ ନୂଆ ଦାୟିତ୍ବ: ଜେଲ୍‌ ଡିଜି ହେଲେ ସୁଶାନ୍ତ ନାଥ

Advertisment

ରାଜ୍ୟ ସରକାରଙ୍କ ଗୃହ ବିଭାଗ ବିଜ୍ଞପ୍ତି ଅନୁସାରେ ଆଜିଠୁ ୩ ଆଇପିଏସ୍‌ଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ବ ଦିଆଯାଇଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ଜେଲ୍‌ ଡିଜି ପଦବିରେ ଅବସ୍ଥାପିତ କରାଯାଇଛି।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ବିଜ୍ଞପ୍ତି ଅନୁସାରେ ଆଜିଠୁ ୩ ଆଇପିଏସ୍‌ଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ବ ଦିଆଯାଇଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ଜେଲ୍‌ ଡିଜି ପଦବିରେ ଅବସ୍ଥାପିତ କରାଯାଇଛି।

ଅନ୍ୟୁନ ୧୦ ଆଇପିଏସ୍‌ ଅଧିକାରୀ ପଠାଇବାକୁ ଓଡ଼ିଶାର ଦାବି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୃହ ବିଭାଗ ବିଜ୍ଞପ୍ତି ଅନୁସାରେ ଆଜିଠୁ ୩ ଆଇପିଏସ୍‌ଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ବ ଦିଆଯାଇଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ଜେଲ୍‌ ଡିଜି ପଦବିରେ ଅବସ୍ଥାପିତ କରାଯାଇଛି। ସେହିପରି ଏଡିଜିପି ହେଡ୍‌କ୍ବାର୍ଟର ଥିବା ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ଦୟାଲ୍‌ ଗଙ୍ଗଵାର୍‌ଙ୍କୁ ଅତିରିକ୍ତ ଡିଜି କମ୍ୟୁନିକେସନ୍‌ ଓ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ଡିଜି  ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ମିଳିଛି।

ଜେଲ୍‌ ଡିଜି ହେଲେ ସୁଶାନ୍ତ ନାଥ 
ଦୟାଲ୍‌ ଗଙ୍ଗଵାର୍‌ ଏଡିଜି କମ୍ୟୁନିକେସନ୍‌ ଓ ପ୍ରତୀକ ମହାନ୍ତି ଏଡିଜି ହେଡ୍‌କ୍ବାର୍ଟର୍‌

ସେହିପରି ଏଆଇଜି ମେରାଇନ୍‌ ଓ କୋଷ୍ଟାଲ୍‌ ସିକ୍ୟୁରିଟି ଦାୟିତ୍ବରେ ଥିବା ଓପିଏସ୍ ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସ୍‌ପି ଭାବେ ବଦଳି କରାଯାଇଛି। ଏପ୍ରିଲ୍‌ ୩୦ ତାରିଖ ଦିନ ଜେଲ୍‌ ଡିଜି ଅରୁଣ ରାୟ ଚାକିରିରୁ ଅବସର ନେଇଥିଲେ। ଆଜି ଶ୍ରୀ ରାୟଙ୍କ ସ୍ଥାନରେ ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ନିଯୁକ୍ତି ମିଳିଛି। ପୂର୍ବତନ ଡିଜି ଶ୍ରୀ ରାୟଙ୍କ ପରେ ଭାରପ୍ରାପ୍ତ ଦ୍ବାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁରଙ୍କଠାରୁ ଆଇପିଏସ୍‌ ଶ୍ରୀ ନାଥ ଦାୟିତ୍ବ ଗ୍ରହଣ କରିବେ। ଆଗକୁ ଜେଲ୍‌ ବିଭାଗରେ ବହୁ ସଂସ୍କାରମୂଳକ କାର୍ଯ୍ୟକ୍ରମ ହେବାକୁ ଥିବାରୁ ଆଇପିଏସ୍‌ ଶ୍ରୀ ନାଥଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe