ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ବ, ନାର୍କୋଟିକ୍ସ ଡ୍ରଗ୍ସ ଟା‌କ୍ସଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

Advertisment
ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ବ, ନାର୍କୋଟିକ୍ସ ଡ୍ରଗ୍ସ ଟା‌କ୍ସଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର: ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅୟଭ ୨୦୨୧ ଡିସେମ୍ବର ୩୧ ତାରିଖରେ ଡିଜିପି ପଦରୁ ଇସ୍ତଫା ନେବା ପରେ ନାର୍କୋଟିକ୍ସ ଡ୍ରଗ୍ସ ସଂପର୍କିତ ରାଜ୍ୟ ଟା‌କ୍ସଫୋର୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ନୂଆବର୍ଷରେ ଅଭୟ ନୂତନ ଦାୟିତ୍ବ ସହ କର୍ମଜୀବନ ଆରମ୍ଭ କରିବେ।

ସୂଚନାଯୋଗ୍ୟ, ନୂଆ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି। କଟକସ୍ଥିତ ଡିଜିପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମାରୋହରେ ସେ ଡିଜିପି ଅଭୟଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।  ୧୯୮୭ ବ୍ୟାଚ୍‌ର ଆଇପିଏସ୍ ସୁନୀଲ ବଂଶଲ ପୂର୍ବରୁ ମଧ୍ୟ ଓଡ଼ିଶା ପୁଲିସରେ କାମ କରିଛନ୍ତି। ଆଜି (୨୦୨୧ ଡିସେମ୍ବର ୩୧) ପୁଲିସ ଡିଜି ଅଭୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୨ ଜାନୁଆରି ପହିଲାରେ ସୁନୀଲ ବଂଶଲ କାର୍ଯ୍ୟରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟ ସରକାର ଏହି ଦୌଡ଼ରେ ଥିବା ୩ ଆଇପିଏସ୍‌ଙ୍କ ମଧ୍ୟରୁ ଶ୍ରୀ ବଂଶଲଙ୍କ ନାଁକୁ ପୁଲିସ ଡିଜି ଭାବେ ମୋହର ମାରିଥିଲେ। ପରେ କେନ୍ଦ୍ର ସରକାର ସୁନୀଲଙ୍କ ନାଁରେ ମୋହର ମାରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe