ଭୁବନେଶ୍ବର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ କି ଡିଜେଲ୍ । ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତୈଳ ବିକ୍ରୟକାରୀ କମ୍ପାନୀ ଗୁଡିକୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ । ପେଟ୍ରୋଲ ପମ୍ପରେ ପ୍ରଦୂଷଣ ସାର୍ଟିଫିକେଟ୍ ଦେଖାଇଲେ ପେଟ୍ରୋଲ କିମ୍ବା ଡିଜେଲ୍ ମିଳିବ ।
ଆହୁରି ପଢନ୍ତୁ- Cold Wave: କୁହୁଡ଼ିର ଚାଦର ଘୋଡ଼ି ଶୀତରେ ଥୁରୁଥୁରୁ ନବରଙ୍ଗପୁର... ସଞ୍ଜ ନଇଁଲେ ମାଡ଼ି ଆସୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ
ଦିଲ୍ଲୀ ପରେ ଓଡ଼ିଶାରେ ଲାଗୁ
ଦିଲ୍ଲୀ ପରେ ଓଡ଼ିଶାରେ ଏହି ନିୟମ ଲାଗୁ ହେବ । ଏହା ଦ୍ବାରା ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ । ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, କୌଣସି ପେଟ୍ରୋଲ ପମ୍ପରେ ତେଲ ଦିଆଯିବ ନାହିଁ ବୋଲି ଏସଟିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଆହୁରି ପଢନ୍ତୁ- Corn Farming: ମକା ମଣ୍ଡି ଖୋଲିବାକୁ ଚାଷୀ ଓ ଜନ ପ୍ରତିନିଧିଙ୍କ ଦାବି: ପ୍ରଶାସନ ପ୍ରକୃତ ଚାଷ ଲୁଚାଇବାରୁ ଚାଷୀ ଅଭାବୀ ବିକ୍ରୀର ଶୀକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/20/no-petrol-diesel-2025-12-20-23-21-05.jpg)