ଜଟଣୀ : ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଭାବେ ହରବିନ୍ଦର ସିଂ ବାଜୱା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରେଲୱେ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କୋଇଲା) ଭାବରେ କାର୍ଯ୍ୟ କରୁଥିଲେ। ସେ ଭାରତୀୟ ରେଳବାଇରେ ଟ୍ରାଫିକ୍ ପରିବହନ, ରେଲୱେ ବୋର୍ଡ ମୁଖ୍ୟ ମାଲ ପରିବହନ ପରିଚାଳକ, ଉତ୍ତର ରେଲୱେ ସିନିୟର୍ ଡିଭିଜନାଲ ଅପରେଟିଂ ମ୍ୟାନେଜର, ୱାଲଟିୟର ଡିଭିଜନ୍ର ପୂର୍ବତଟ ରେଲୱେ ଓ ବିଳାସପୁରର ସିନିୟର୍ ଡିଭିଜନାଲ କମର୍ସିଆଲ ମ୍ୟାନେଜର ଆଦି ପଦବିରେ କାର୍ଯ୍ୟ କରିଛନ୍ତି। ସେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ (ମୁଭମେଣ୍ଟ) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଶ୍ରୀ ବାଜୱା ୧୯୯୧-୧୯୯୫ ମସିହାରେ ଚଣ୍ଡୀଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ସ୍ନାତକୋତ୍ତର କରିଛନ୍ତି। ସେ ହାଇସ୍ପିଡ୍ ରେଳ ପାଇଁ ତାଲିମ ନେଇ କୋରିଆ ଏବଂ ଜାପାନ ଯାଇଛନ୍ତି।
Follow Us