ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟୋରିୟମରେ ଆରମ୍ଭ ହେଲା ନୂତନ ସୋ’ ‘ମହାଜାଗତିକ ଜୀବ’

Advertisment
ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟୋରିୟମରେ ଆରମ୍ଭ ହେଲା ନୂତନ ସୋ’ ‘ମହାଜାଗତିକ ଜୀବ’

ଭୁବନେଶ୍ୱର/ସମ୍ବଲପୁର: ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ଏବଂ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ଡ.ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମରେ ଆଜିଠାରୁ ନୂତନ ସୋ’ ଆରମ୍ଭ ହୋଇଯାଇଛି। ଏହି ନୂତନ ସୋ’ ‘ମହାଜାଗତିକ ଜୀବ’କୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଲୋକାର୍ପଣ କରିଛନ୍ତି। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।

publive-image

ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, ଆମ ରାଜ୍ୟର ପ୍ରଥମ ପ୍ଲାନେଟୋରିୟମ୍ ଭୁବନେଶ୍ୱରରେ ୧୯୯୦ରେ ପ୍ରତିଷ୍ଠା କରାଯିବାର ୩୦ ବର୍ଷ ପରେ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ ବୁର୍ଲା ଠାରେ ପ୍ରତିଷ୍ଠା କରାଯାଇଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ବିଜ୍ଞାନକୁ ଆହୁରି ଲୋକପ୍ରିୟ କରିବା ପାଇଁ ୫ଟି ପ୍ଲାନେଟୋରିୟମ ଏବଂ ୧୦ଟି ବିଜ୍ଞାନ ଉଦ୍ୟାନ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କୁ ନାସା ପଠାଇବା ପାଇଁ ଯୋଜନା କରାଯାଉଛି। ସମ୍ବଲପୁରୀ ଭାଷାରେ ଏକ ପ୍ଲାନେଟୋରିୟମ ସୋ ଖୁବ ଶୀଘ୍ର ବୁର୍ଲା ପ୍ଲାନେଟୋରିୟମରେ ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି।

ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବୁର୍ଲା ପ୍ଲାନେଟୋରିୟମର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଆଜି ଅପରାହ୍ନ ସାଢ଼େ ୩ଟାରେ ଶ୍ରୀ ପଣ୍ଡା ସୋ’କୁ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମ ଲୋକାର୍ପଣ ପରେ ଅପରାହ୍ନ ୪ଟାରେ ପ୍ରଥମ ସୋ’କୁ ସମ୍ବଲପୁର ଅଞ୍ଚଳର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଦେଖିଥିଲେ। ଏହି ସୋ’ ମାଧ୍ୟମରେ ଛାତ୍ରଛାତ୍ରୀ ତଥା ଲୋକଙ୍କୁ ଜୀବ ମଣ୍ଡଳ ସଂପର୍କରେ ଅଧିକ ଅବଗତ କରାଇବା ପାଇଁ ଉଦ୍ୟମ ହୋଇଛି।

publive-image

ନୂତନ ସୋ’ ୩୦ ମିନିଟ ପାଇଁ ଉଦ୍ଦିଷ୍ଟ। ଏଥିରେ ବିଶ୍ୱର ସୃଷ୍ଟି, ତାରାମାନଙ୍କର ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟା, ନିହାରିକାର ସୃଷ୍ଟି, ବିଶ୍ୱର ଆକାର ତଥା ଆମ ବିଶ୍ୱରେ ଅନ୍ୟତ୍ର ଜୀବ ଜଗତ ରହିଛି କି ନାହିଁ ଆଦି ଅନେକ ସରଳ ଭାଷାରେ ଉପସ୍ଥାପନ କରାଯାଇଛି। ଏହି ସୋ ମାର୍ଚ୍ଚ ୪ ତାରିଖ ଠାରୁ ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟୋରିୟମ ଠାରେ ଓଡ଼ିଆ ଭାଷାରେ ଦର୍ଶକମାନଙ୍କୁ ଦେଖାଇବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe