ଦେବଗଡ଼ରେ ନୂଆ ଏସ୍‌ପିଙ୍କ ଯୋଗଦାନ

Advertisment
ଦେବଗଡ଼ରେ ନୂଆ ଏସ୍‌ପିଙ୍କ ଯୋଗଦାନ

ଦେବଗଡ଼: ଦେବଗଡ ଜିଲ୍ଲାର ନୂଆ ଏସ୍‌ପି ଭାବେ ରବିବାର ଓଡିଶା ପୁଲିସ ପ୍ରଶାସନିକ ସେବାର ୧୯୮୬ ବ୍ୟାଚର ପ୍ରମୋଦ ରଥ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ ଜୁଲାଇ ୩୧ ତାରିଖରେ ଏସ୍‌ପି ରାଜକିଶୋର ପାଇକରାୟ ଅବସର ନେବା ପରେ ତାଙ୍କ ସ୍ଥାନରେ ଶ୍ରୀ ରଥ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏସ୍‌ପି ସେମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଜିଲ୍ଲାରେ ଆଇନ ଶୃଙ୍ଖଳା ସହ ସମସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ ତାଙ୍କ ପ୍ରାଥମିକତା ରହିବ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ପୂର୍ବରୁ ସେ କେନ୍ଦୁଝର, ସୁନ୍ଦରଗଡ଼ରେ କାର୍ଯ୍ୟ କରିଛିନ୍ତି। ଏହି ଅବସରରେ ଅତିରିକ୍ତ ଏସ୍‌ପି ଅଙ୍କୁର ମଲ୍ଲିକ, ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର, ଡିଏସପି (ଡିଆଇବି) ପ୍ରଦୀପ କେରକେଟା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe