ବରଗଡ଼ରେ ଯୋଗଦେଲେ ନୂଆ ଏସ୍‌ପି

ବରଗଡ଼ରେ ଯୋଗଦେଲେ ନୂଆ ଏସ୍‌ପି

ବରଗଡ଼: ପ୍ରହଲ୍ଲାଦ ସାହାନି ମୀନା ବରଗଡ଼ରେ ନୂଆ ଏସ୍‌ପି ଭାବେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ବୌଦ୍ଧ ଏସ୍‌ପି ଦାୟିତ୍ବରେ ଥିଲେ। ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ଶ୍ରୀ ମୀନାଙ୍କ ଉପରେ ଜିଲ୍ଲାର ଆଇନ୍‌ଶୃଙ୍ଖଳା ସଜାଡ଼ିବା ଏକ ବିରାଟ ଚାଲେଞ୍ଜ ରହିବ। ପୂର୍ବ ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ ଦାସ ଝାରସୁଗୁଡ଼ାରେ ଯୋଗ ଦେଇଛନ୍ତି।

ଦାୟିତ୍ବ ଗ୍ରହଣ ପରେ ଜିଲ୍ଲାର ସବୁ ସ୍ଥିତି ପରଖିବା ପରେ ତ୍ବରିତ ପଦକ୍ଷେପ ହେବ ବୋଲି ନୂଆ ଏସ୍‌ପି ଶ୍ରୀ ମୀନା କହିଛନ୍ତି। ସେ କହିଲେ, ଜିଲ୍ଲାରେ ଗୁଇନ୍ଦା ବିଭାଗକୁ ଆହୁରି ସକ୍ରିୟ କରାଯିବ। ଆଇନ୍‌ଶୃଙ୍ଖଳା ସ୍ଥିତି ସୁଦୃଢ଼ ସହ ପୁଲିସ୍‌ ଏବଂ ଜନତାଙ୍କ ମଧ୍ୟରେ ସୁସଂପର୍କ ପାଇଁ କାମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବିଭିନ୍ନ ଥାନା ପରିଭ୍ରମଣ ପରେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିସ୍ତୃତ ରୂପଲେଖ ପ୍ରସ୍ତୁତ ହେବ ବୋଲି ଶ୍ରୀ ମୀନା କହିଛନ୍ତି। ତାଙ୍କୁ ବିଭିନ୍ନ ଅଧିକାରୀ ଏବଂ ସଂଘର ପ୍ରତିନିଧି ଭେଟି ସ୍ବାଗତ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe