ଗଜପତି ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ତପନ କୁମାର ପଟ୍ଟନାୟକ

Advertisment
ଗଜପତି ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ତପନ କୁମାର ପଟ୍ଟନାୟକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଏସପି ଭାବେ ତପନ କୁମାର ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟଠାରେ ଅତିରିକ୍ତ ଏସପି ସୀତାରାମ ଶତପଥୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ପୁର୍ବତନ ଏସପି ଶାରା ଶର୍ମା ଏଠାରୁ ସ୍ଥାନାନ୍ତର ହୋଇ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ଯିବା ପରେ ସେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟିତ୍ୱ ଦେଇଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ନୂତନ ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି ଗଜପତି ଜିଲ୍ଲାରେ ଉତ୍ତମ ପୁଲିସ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱ ଦେବେ ଏବଂ ବର୍ତ୍ତମାନ କୋରନା ଭୁତାଣୁ ବ୍ୟାପୁଥିବା ବେଳେ ଜିଲା ପ୍ରଶାସନ ଦ୍ବାରା କରାଯାଇଥିବା ନିୟମ ମାନି ଚାଲିବା ସହ ପୁଲିସର ସେବାକୁ ଲୋକଙ୍କ ନିକଟତର କରି ଲୋକଙ୍କ ସେବା କରାଯିବା ସହ ଆଇନ ଶୃଙ୍ଖଳା ଉପରେ ବେଶ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଏହି ଅବସରରେ ଏଏସପି ସୀତାରାମ ଶତପଥୀ,ଏଡିପିଓ ପ୍ରକାଶ ଚନ୍ଦ୍ର ଜେନା, ପାରଳା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ନୂତନ ଏସପିଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe