ନବୀନଙ୍କ ନୂଆ ଟିମ୍‌: ରାତି ପାହିଲେ ଏହି ବିଧାୟକମାନେ ମନ୍ତ୍ରୀ ଭାବେ ନେବେ ଶପଥ!

Advertisment
ନବୀନଙ୍କ ନୂଆ ଟିମ୍‌: ରାତି ପାହିଲେ ଏହି ବିଧାୟକମାନେ ମନ୍ତ୍ରୀ ଭାବେ ନେବେ ଶପଥ!

ଭୁବନେଶ୍ବର: ଶନିବାର ମଧ୍ୟାହ୍ଣରୁ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯିବାକୁ କୁହାଯାଇଥିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ ହୋଇଥିଲା କି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ କିଏ ତାଙ୍କ ନୂଆଟିମରେ ସ୍ଥାନ ପାଇବେ କିଏ ବାଦ ପଡ଼ିବେ ସେ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାର ଅବସାନ ଘଟିଛି। ଭାବୀ ମନ୍ତ୍ରୀମାନଙ୍କୁ ଫୋନ୍ କଲ୍ ଯିବା ପରେ କ୍ରମଶଃ ନବୀନଙ୍କ ନୂଆଟିମର ସ୍ବରୂପ ପଦାକୁ ଆସିଛି।

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍‌ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, କାମାକ୍ଷାନଗର ବିଧାୟକ ପ୍ରଫୁୁଲ୍ଲ ମଲ୍ଲିକ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ନିଜର ଏହି ପୁରୁଣା ସହଯୋଗୀଙ୍କ ଉପରେ ନବୀନଙ୍କ ଭରସା ପୂର୍ବ ଭଳି ରହିଛି। ଶନିବାର ସନ୍ଧ୍ୟାରେ ଏମାନଙ୍କ ମନ୍ତ୍ରିତ୍ବ ନେଇ ଫୋନ୍ ଜରିଆରେ ଜଣାଇ ଦିଆଯାଇଛି।

publive-image

ଏହାବାଦ୍ ନବୀନ ନିଜର ମନ୍ତ୍ରିମଣ୍ଡଳରେ ନବାଗତ ଓ ପୂର୍ବ ପାଳିରେ ମନ୍ତ୍ରୀ ଥିବା ବିଧାୟକଙ୍କୁ ସୁଯୋଗ ଦେଇଛନ୍ତି। ଏହି କ୍ରମରେ ସେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ବିଜେପୁର ବିଧାୟିକା ରୀତା ସାହୁ, ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଚିକିଟି ବିଧାୟିକା ଉଷା ଦେବୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ସୂଚନା ଫୋନ ଯୋଗେ ଆସିଛି।

ଏଥିପାଇଁ ଲୋକସେବା ଭବନରେ ରବିବାର ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିମ୍‌ରେ କିଛି ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିବା ବେଳେ ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିଛି। ଯେଉଁମାନେ ରବିବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସମସ୍ତଙ୍କୁ ଫୋନ ଦ୍ବାରା ଜଣାଇ ଦିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe