ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ଼: ହତ୍ୟା ନୁହେଁ ସେ ନିଜ ଜୀବନ ନେଇଥିଲେ

ପୁଲିସ କମିସନର କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଅପହରଣ, ନିର୍ଯାତନା, ନିଜ ଜୀବନ ନେବା ପାଇଁ ପ୍ରୋତ୍ସାହନ, ପ୍ରମାଣ ନଷ୍ଟ ଏବଂ ଚାକିରି ପାଇଁ ବେଆଇନ ଟଙ୍କା କାରବାର ଅଭିଯୋଗରେ ଗିରଫ କରାଯାଇଛି...

New twist in driver's body case: It was not murder, he took his own life

New twist in driver's body case: It was not murder, he took his own life

ଭୁବନେଶ୍ବର:: ଚନ୍ଦକା ଥାନା ପୁଲିସ  ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ଜୁଝଗଡ଼ ଡ୍ରେନ୍ ପାଖରୁ ଜଣେ ଯୁବକର ମୃତଦେହ ସେ‌ପ୍ଟେମ୍ବର ୨୦ରେ ଉଦ୍ଧାର କରିଥିଲା।  ଘଟଣା ସ୍ଥଳରେ ଚନ୍ଦକା ଥାନା ପୁଲିସ ପହଞ୍ଚି  ଛାନଭିନ୍ କରି ଜାଣିବାକୁ ପାଇଥିଲା ଯେ, ମୃତଦେହଟି ଭାଣପୁର ଓରାଙ୍ଗ ଅଞ୍ଚଳର ବିଦ୍ୟାଧର ସାହୁଙ୍କର। ସେ ୪ମାସ ତଳେ କଟକରେ ନରସିଂହପୁର ଅଞ୍ଚଳ ବଡମ୍ବାରେ ବିବାହ କରିଥିଲେ। ସେ  ଏକ କମ୍ପାନିର ଡ୍ରାଇଭର ଭାବେ କାମ କରୁଥିଲେ।  

ମାଲିକାଣୀଙ୍କୁ କାରରେ ନେବା ଆଣିବା କରୁଥିଲେ।  ମୃତଦେହ ପାଖ ରାସ୍ତା ଉପରେ  ସନ୍ଦିଗ୍ଧ କାର(ଓଡ଼ି ଓ ୨ସିସି୪୨୩୭) ରହିଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ପାଖରେ ପଡିଥିବା ମନିପର୍ସ, ଛତା ଓ ମଦ ବୋତଲକୁ ପୁଲିସ ଜବତ କରିଥିଲା ।

ଯୁବକଙ୍କର ବେକରେ ଏକ ଗାମୁଛା ଭିଡା ହୋଇଥିବାରୁ ଓ ଘଟଣାସ୍ଥଳରୁ ମିଳିଥିବା ସୁରାକରୁ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟାକରି ରାସ୍ତା ପାର୍ଶ୍ଵରେ ଫିଙ୍ଗାଯାଇଥିବା ପୁଲିସ ଅନୁମାନ କରୁଥିଲା।

ତେବେ ବିଦ୍ୟାଧର ସାହୁଙ୍କ ମୃତଦେହ ମିଳିଥିବା ଘଟଣାରେ ବଡ଼ ଖୁଲାସା ହୋଇଛି। ଏହା ହତ୍ୟା ନୁହେଁ।  ଡ୍ରାଇଭର  ବିଦ୍ୟାଧର  ନିଜ ଜୀବନ ନେଇଥିବା ପୁଲିସ କହିଛି।

ପୁଲିସର ଖୋଳତାଡ଼ ବେଳେ, ସାମ୍ନାକୁ ଆସିଛି ନୂଆ ମୋଡ଼। ଚାକିରୀ କରାଇ ଦେବାକୁ କହି ବିଦ୍ୟାଧର କିଛି ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ନେଇଥିବା ସୋମବାର ଏକ ପ୍ରେସ୍ ମିଟ୍‌ରେ ପୁଲିସ କମିସନର ଦେବ ଦତ୍ତ ସିଂହ ଡ୍ରାଇଭରଙ୍କୁ କିପରି ହତ୍ୟା କରାଯାଇଥିଲା ଏବଂ ମୃତଦେହ ଚନ୍ଦକାକୁ କିପରି ଆସିଥିଲା ​​ସେ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି।

ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତମାନେ ଏପରି ପରିସ୍ଥିତି ସୃଷ୍ଟି କରିଥିଲେ ଯାହା ମୃତକଙ୍କୁ ନିଜ ଜୀବନ ନେବାକୁ  ବାଧ୍ୟ କରିଥିଲା। ସେ ଯାଜପୁରର ଏକ କୋଚିଂ ସେଣ୍ଟରରେ ନିଜ ଜୀବନ ନେଇଥିଲେ।   କିନ୍ତୁ, ତାଙ୍କ ମୃତ୍ୟୁ ପରେ, ଅଭିଯୁକ୍ତମାନେ ମୃତଦେହକୁ ଚନ୍ଦକା ଜଙ୍ଗଲକୁ ଆଣି ସେଠାରେ ଏପରି ଭାବରେ ଫିଙ୍ଗି ଦେଇଥିଲେ ଯେ, ଏହା ହତ୍ୟା ଭଳି ଦେଖାଯାଉଥିଲା। ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିବା, ପୁଲିସ କହିଛି।

ଘଟଣାର ପୁଲିସ ତଦନ୍ତରୁ ଜଣାପଡିଛି ଯେ, ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ କିଛି ଲୋକଙ୍କଠାରୁ ଟଙ୍କା ଏବଂ କାଗଜପତ୍ର ନେଇ ଠକେଇ କରିଥିଲେ। କିନ୍ତୁ ସତ୍ୟ ଜାଣିବା ପରେ ଠକେଇର ଶିକାର ହୋଇଥିବା ଲୋକମାନେ ତାଙ୍କଠାରୁ ଟଙ୍କା ଦାବି କରିଥିଲେ, ଯାହା ଶେଷରେ ମୃତ୍ୟୁର କାରଣ ହୋଇଥିଲା। ଟଙ୍କା ଫେରସ୍ତ ନହେବା ପରେ ଏହି ଘଟଣା ଘଟିଥିଲା।

ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଜଣେ ମହିଳା ମଧ୍ୟ ଏଥିରେ ସାମିଲ ଥିଲେ। ମାମଲାର ଅଧିକ ତଦନ୍ତ ଚାଲିଛି।

ପୁଲିସ କମିସନର କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଅପହରଣ, ନିର୍ଯାତନା, ନିଜ ଜୀବନ ନେବା ପାଇଁ ପ୍ରୋତ୍ସାହନ, ପ୍ରମାଣ ନଷ୍ଟ ଏବଂ ଚାକିରି ପାଇଁ ବେଆଇନ ଟଙ୍କା କାରବାର ଅଭିଯୋଗରେ ଗିରଫ କରାଯାଇଛି।

ଗଜପତି ଜିଲ୍ଲାର ୪ ଅଭିଯୁକ୍ତ ଗିରଫ କରାଯାଇଛି। ତେବେ ମାମଲାରେ କିଛି ଲୋକ ଫେରାର ଥିବା ପୁଲିସ କହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe