ଅନୁଗୁଳ: କଣ୍ଟାବଣିଆ ଥାନା ଅସନବଣିରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ମା’ ସହିତ ଦୁଇ ଭେଣ୍ଡା ପୁଅଙ୍କ ମୃତ୍ୟୁ ହୋଇଛି। ତେବେ ୩ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଅନୁଗୁଳ ଟାଉନ ଥାନାରେ ୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହିନ୍ଦୋଳ ଏସଡିପିଓ ଏସ. କେ ନନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ସୂଚନାଯୋଗ୍ୟ, କଣ୍ଟାବଣିଆ ଥାନା ଅସନବଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା।ଗୋଟିଏ ପରିବାରର ମା ଓ ଦୁଇ ପୁଅ ମୃତ ବରଣ କରିଥିଵା ଜଣାପଡିଛି।ମୃତକ ମାନେ ଗାଁର ଗୋଲାପ ସାହୁ(୫୨) ଓ ପୁଅ ପିଣ୍ଟୁ ସାହୁ (୩୦) ଓ ଲିଟୁ ସାହୁ (୨୪)।

ଆହୁରି ପଢ଼ନ୍ତୁ:Vigilance Raid: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ: ୫ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ସେମାନେ ଏକ ଛୋଟ କୋଠରୀରେ ଗତକାଲି ରାତିରେ ଶୋଇଥିଲେ। ଶୀତ ଦାଉରୁ ରକ୍ଷା ପାଇଁ ସେମାନେ ଘରେ କୋଇଲା ଜାଳି ଶୋଇଥିଲେ। ସେମାବାର ସକାଳେ ଦୁଇ ପୁଅ ଅଚେତ ଅବସ୍ଥାରେ ମିଳିଥିଲେ। ପରେ ପରେ ମା’ ମଧ୍ୟ ଗୁରୁତର ହୋଇଥିଲେ। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲେ ମଧ୍ୟ ସେମାନଙ୍କର ମୃତ୍ୟୁ ହୋଇଥିଲା।

କୋଇଲା ଧୂଆଁରୁ ଶ୍ୱାସରୁଦ୍ଧ !

ଅନ୍ୟପକ୍ଷରେ ହିନ୍ଦୋଳ ଏସଡିପିଓ ଅସନବଣି ଗାଁ ସହିତ ଅନୁଗୁଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। କୋଇଲା ଧୂଆଁରୁ ସେମାନେ ଶ୍ୱାସରୁଦ୍ଧ ହୋଇଥିବା ପୁଲିସ ସନ୍ଦେହ କରୁଛି। ତଦନ୍ତ ଜାରି ରହିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ତର ସାହୁଙ୍କର ଦୁଇଜଣ ପତ୍ନୀ। ଏହି କାର୍ଯ୍ୟ ସଉତୁଣୀଙ୍କର ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ତେବେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ:Farmers Protest:ଦମ୍ ଦେଖାଇଲେ ଝରିଗାଁ ବ୍ଲକ କୃଷକ ମହାସଂଘ: ଉଚିତ୍ ମୂଲ୍ୟରେ ମକା ଓ ମଣ୍ଡିରେ ଧାନ ବିକ୍ରି ନେଇ ଆନ୍ଦୋଳନ

ରିପୋର୍ଟ: ପ୍ରଭାତ ବେହେରା