ସକାଳୁ ସକାଳୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ: କହିଲେ ନିଜର ପିତାମାତାଙ୍କୁ ଭଲ ପାଇବାରେ ଊଣା କରନ୍ତୁନି

Advertisment
ସକାଳୁ ସକାଳୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ: କହିଲେ ନିଜର ପିତାମାତାଙ୍କୁ ଭଲ ପାଇବାରେ ଊଣା କରନ୍ତୁନି

ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ୍ ମିଡିଆରେ ପୁଣି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ମନକଥା କହିଛନ୍ତି। ସେ ଏହି ଭିଡିଓଟି ଆଜି ସକାଳେ ପୋଷ୍ଟ କରିଛନ୍ତି। ଏଥିରେ ଅନୁଭବ କହିଛନ୍ତି, ହାଏ ହାଲୋ ଜୟ ଜଗନ୍ନାଥ। ମୁଁ ସକାଳୁ ଉଠିପାରେନି। ପିଲାବେଳୁ ମୁଁ ସକାଳୁ ଉଠିପାରେନି। ଏବେ ତ ରାତିରେ ନିଦ ହେବା ବି କଷ୍ଟକର ହୋଇଯାଇଛି। ଏବେ ଜୀବନ ବଦଳିଯାଇଛି। ଆଜି ମୁଁ ସକାଳୁ ଉଠିଛି। ମୁଁ ମିଛ କହିବିନାହିଁ। ଆପଣମାନେ ଦେଖୁଛନ୍ତି, ଏହା ଏକ ସୁନ୍ଦର ଜାଗା। ଯଦିଓ ଆମେ ଭଡ଼ାରେ ରହୁଛିୁ, ଆମେ ନିଜ ଘରେ ରହୁନାହୁଁ। ମୋ ବାପା ମା, ଭାଇ ଭାଉଜ, ଯେଉଁଠି ରହୁଛନ୍ତି, ସେଇଟି ମୋର ଘର। ବାପା, ବଡ଼ବାପାଙ୍କ ପାଇଁ ଘର ଅଧିକ ଗୁରୁତ୍ବ ରଖେ।
ଯଦି ଆପଣ ମତେ ଭଲପାଉଛନ୍ତି, କି ଭଲ ନ ପାଉଛନ୍ତି, ନିଜର ପିତାମାତାଙ୍କୁ ଭଲ ପାଇବାରେ ଉଣା କରନ୍ତୁନି। ଆମେ ଭଗବାନ ବାପାମା’ ଓ ଭଗବାନ ସୂର୍ଯ୍ୟଦେବଙ୍କୁ ଦେଖିବାକୁ ପାଉ। ବାପାମା’ଙ୍କୁ ମୁଁ ବେଶି ମାନେ।

publive-image
ସୂଚନାଯୋଗ୍ୟ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୂର୍ବରୁ ତିନିଟି ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ୍ କରିଥିଲେ। କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପରେ ନିଜର ୟୁଟ୍ୟୁବ୍ ଚାନେଲରେ ‘ଅନ୍ଟୋଲ୍ଡ ଟ୍ରୁଥ୍’ ଶୀର୍ଷକ ଭିଡିଓର ୩ୟ ଭାଗ ସେୟାର କରିଥିଲେ।
ଏଣେ ସାମାଜିକ ଗଣମାଧ୍ୟମରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ଛାଡ଼ି ବିଭିନ୍ନ କଥା କହୁଥିବାବେଳେ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ରହିଛି। ଏପରିସ୍ଥଳେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କଥା ଚର୍ଚ୍ଚା ଦ୍ବାରା ତାଙ୍କର ମାନମର୍ଯାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe