Odisha Sun Times
କଟକ : ରାଜ୍ୟ ସରକାରଙ୍କ ପକ୍ଷରୁ ରାଉରକେଲାଠାରେ ଏକ ନୂତନ ଭିଜିଲାନ୍ସ ଡିଭିଜନ୍ ଆରମ୍ଭ କରାଯିବ।
ରାଉରକେଲାରେ ଏହି ଡିଭିଜନ୍ ଆରମ୍ଭ ହେବା ଫଳରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଡିଭିଜନ୍ ସ˚ଖ୍ୟା ୭କୁ ବୃଦ୍ଧି ପାଇବ। ବର୍ତ୍ତମାନ ବାଲେଶ୍ବର, କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, କୋରାପୁଟରେ ଡିଭିଜନ୍ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ଏହା ବ୍ୟତୀତ କଟକସ୍ଥିତ ନିର୍ଦ୍ଦେଶାଳୟରେ ଏକ ସେଲ୍ ଡିଭିଜନ୍ ମଧ୍ୟ କାର୍ଯ୍ୟ କରୁଛି। ସୂଚନାଯୋଗ୍ୟ, ସମ୍ବଲପୁର ଡିଭିଜନ୍ରୁ ଉକ୍ତ ନୂଆ ଡିଭିଜନ୍କୁ ଅଲଗା କରାଯାଇଛି। ରାଉରକେଲାର ଏହି ନୂଆ ଡିଭିଜନ୍ ତିନିଟି ରାଜସ୍ବ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼କୁ ନେଇ କାର୍ଯ୍ୟ କରିବ। ବର୍ତ୍ତମାନ ସମ୍ବଲପୁର ଡିଭିଜନ୍ରୁ ୨୯ ପଦବି ଅପସାରଣ କରି ଓ ନୂତନ ଭାବେ ୩୮ ପଦବି ସୃଷ୍ଟି କରି ନୂଆ ପଦବି ଗୁଡ଼ିକୁ ରାଉରକେଲା ପାଇଁ ମ˚ଜୁର କରାଯାଇଥିବା ସୂଚନା ଦିଆଯାଇଛି।
Follow Us