ନୂଆବର୍ଷରେ ପୁରୀରେ ପ୍ରବଳ ଭିଡ଼

Advertisment

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପର୍ଯ୍ୟଟକ ସଂଖ୍ୟା ୭ ଲକ୍ଷ ଟପିବା ସମ୍ଭାବନା

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପର୍ଯ୍ୟଟକ ସଂଖ୍ୟା ୭ ଲକ୍ଷ ଟପିବା ସମ୍ଭାବନା

ନୂଆବର୍ଷରେ ପୁରୀରେ ପ୍ରବଳ ଭିଡ଼

ପୁରୀ : ଆସନ୍ତାକାଲି ଇଂରାଜୀ ନୂଆବର୍ଷର ପ୍ରଥମ ଦିନ। ଏହାକୁ ପାଳନ କରିବା ପାଇଁ ପୁରୀ ସହରରେ ବେଶ ଭିଡ଼ ବଢିବାରେ ଲାଗିଛି। ସଂଧ୍ୟାସୁଦ୍ଧା ଦେଶବିଦେଶରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇ ସାରିଥିଲା ବେଳେ ଆସନ୍ତାକାଲି ସକାଳସୁଦ୍ଧା ଏହା ୭ ଲକ୍ଷ ପାର ହୋଇଯିବ ବୋଲି ପ୍ରଶାସନ ଆକଳନ କରୁଛି। ମହାପ୍ରଭୁଙ୍କୁ ଯେଭଳି ଦର୍ଶନ କରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିବା ସହ ଜିଲ୍ଲା ଓ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିପାଇଁ ଆଜି ରାତି ୯ଟା ୩୦ ମିନିଟରୁ ଦର୍ଶନ ବନ୍ଦ ରଖି ପହୁଡ଼ ବ୍ୟବସ୍ଥା କରାଯାଇଛି। ଆଜି ଦିନ ବେଳେ ମହାପ୍ରଭୁଙ୍କ ନୀତି ସଅଳ ସାରି ଇଂରାଜୀ ନବବର୍ଷ ପାଳନ ଅବସରରେ ରାତି ସାଢ଼େ ଗୋଟାଏରେ ଦ୍ଵାର ଫିଟାଯାଇଛି। ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ୍ଵାନ୍‍ େଓ୍ଵ ବ୍ୟବସ୍ଥା ହୋଇଥିବା ବେଳେ ଅଧ କିଲୋମିଟର ଦୀର୍ଘ ବାରିକେଡ଼୍‍ ନିର୍ମାଣ କରାଯାଇଛି। ଏଥିପାଇଁ ୩୦ ପ୍ଲାଟୁନ୍‍ ଫୋର୍ସ ମୁତୟନ ହେଉଥିବା ବେଳେ ଶହେ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି। ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ, ଶରଧାବାଲି, ଏସ୍‍ସିଏସ୍‍ କଲେଜ୍‍ ଓ ଜିଲ୍ଲା ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe