ରୋଗୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା ସୁବିଧା

Advertisment

ସରକାରଙ୍କ ନୂଆ ବର୍ଷ ଉପହାର: ମାଗଣାରେ ମିଳିବ ୧୫ ପ୍ରକାର ପାଥୋଲୋଜୀ ଟେଷ୍ଟ ସୁବିଧା

ସରକାରଙ୍କ ନୂଆ ବର୍ଷ ଉପହାର: ମାଗଣାରେ ମିଳିବ ୧୫ ପ୍ରକାର ପାଥୋଲୋଜୀ ଟେଷ୍ଟ ସୁବିଧା

ରୋଗୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା ସୁବିଧା

ଭୁବନେଶ୍ୱର: ନୂଆ ବର୍ଷ ଉପଲକ୍ଷେ ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା ସୁବିଧା ଦେବାକୁ ଯାଉଛନ୍ତି। ଏଥି ସହିତ ସରକାର ଏକ୍ସରେ ଟେଲି ରେଡିଓଲୋଜି ଓ ୧୫ ପ୍ରକାରର ପାଥୋଲୋଜି ଟେଷ୍ଟ ସୁବିଧା ମଧ୍ୟ ସରକାରୀ ହସ୍ପିଟାଲରେ ଦେବେ। ଏହି ସୁବିଧା ମିଳିବା ପରେ ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ଷ ୨୦୧୮ ଜାନୁଆରୀ ୧ରୁ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧାକୁ ୯ଟି ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଉପଲବ୍ଧ କରାଯିବାକୁ ଥିବା ବେଳେ ପରେ ଅନ୍ୟ ସ୍ଥାନରେ ଲାଗୁ କରାଯିବ। ରୋଗୀମାନେ ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କୋରାପୁଟ, ଅନୁଗୁଳ ଓ ପୁରୀ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଜାନୁଆରୀ ୧ରୁ ମାଗଣ ସିଟି ସ୍କାନ ଓ ରେଡିଓଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିପାରିବେ। ପୂରା ରାଜ୍ୟରେ ୧୨୭ଟି ଡାଇଲେସିସ ମେସିନ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

publive-image

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ପରିବର୍ତ୍ତନ ଆଣିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ‘ଆମ କ୍ଲିନିକ’ ଯୋଜନାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସହରରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବେ। ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ଯୋଜନାରୁ ୨୭ଟି ସହରର ୪୫ଲକ୍ଷ ୫୩ ହଜାର ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି। ସେହିପରି ସରକାର ‘ଅନମୋଲ୍‌’ ଯୋଜନା ଖୁବ୍‌ ଶୀଘ୍ର ପ୍ରଚଳନ କରିବାକୁ ଯାଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୧୭ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe