ରାସ୍ତା ପାର୍ଶ୍ବରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରାସ୍ତା ପାର୍ଶ୍ବରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Roundnews24

ବାଲେଶ୍ବର: ବାଲେଶ୍ବର ସହର ବାର୍ଜୋଜୀ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାପାର୍ଶ୍ବରୁ ଆଜି ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁକନ୍ୟାକୁ ଚାଇଲ୍‌ଡ ଲାଇନ ଜରିଆରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନିଆଯାଇଥିଲା। ଶିଶୁ ମଙ୍ଗଳ କମିଟିର ଆଦେଶ କ୍ରମେ ନବଜାତ ଶିଶୁକନ୍ୟାକୁ କୁରୁଡ଼ାସ୍ଥିତ ନିର୍ମଳା ଶିଶୁଯତ୍ନ ଗୃହକୁ ପଠାଯାଇଥିବା ସୂଚନା ମିଳିଛି।

ସୂଚନାଥାଉକି, ଆଜି ସକାଳେ ସହରର ଜଣେ ଅଙ୍ଗନବାଡ଼ି ସହାୟିକା ଓଟିରୋଡ୍‌ରେ ପ୍ରାତଃଭ୍ରମଣ କରୁଥିଲେ। ଏହି ସମୟରେ ବାର୍ଜୋଜୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଫୁଲଗଛରୁ ଫୁଲ ତୋଳିବାକୁ ଯାଇଥିଲେ। ସେଠାରେ ଏକ ତଉଲିଆରେ କିଛି ବନ୍ଧାଯାଇଥିବା ଏବଂ ଏକ ଶିଶୁର ମୁଣ୍ଡ ବାହାରକୁ ଦେଖାଯାଉଥିଲା। ସହସା ସେ ପୌରପାଳିକା ସିଡିପିଓ ସବିତା ସାହୁଙ୍କୁ ଅବଗତ କରିଥିଲେ। ସିଡିପିଓଙ୍କ ନିର୍ଦେଶରେ ଚାଇଲ୍‌ଡ ଲାଇନ୍‌ ଓ ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରାଯାଇଥିଲା। ଶିଶୁଟି ବେଶ୍‌ ହୃଷ୍ଟପୃଷ୍ଟ ରହିଛି। ବଡ଼ି ଭୋରରେ କେହି ତାକୁ ସେଠାରେ ରଖି ଦେଇଥିବା ସନ୍ଦେହ କରାଯାଉଛି। ପାଖରେ ଥିବା ନର୍ସିଂହୋମ୍‌ରୁ ପ୍ରସବ ପରେ କେହି ନବଜାତକକୁ ରାସ୍ତା ପାଖ ଫୁଲଗଛ ନିକଟରେ ରଖି ଦେଇଥିବା ଆଲୋଚନା ହେଉଛି।

ତେବେ ପ୍ରଶାସନ ତରଫରୁ କନ୍ୟା ସନ୍ତାନ ପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଥିବା ବେଳେ ଏବେ ବି ଶିଶୁକନ୍ୟା ସମାଜରେ ଅଲୋଡ଼ା ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସହରର ବୁଦ୍ଧିଜୀବୀ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe