ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ଏଏନ୍‌ଏମ୍‌ ନିଲମ୍ବିତ, ମଧ୍ୟସ୍ଥି ସହ ୨ ଗିରଫ

ଶିଶୁ ବିକ୍ରି ଅଭିଯୋଗ ମାମଲାରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସିଏଚ୍‌ସି ଅଧୀନ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍ଏ‌ମ୍‌ ମମତା ଭୋଇ ନିଲମ୍ବିତ ହୋଇଛନ୍ତି। ବଲାଙ୍ଗୀର ସିଡିଏମ୍‌ଓ ଘଟଣାରେ ଏଏନ୍‌ଏମ୍‌ଙ୍କ ସଂପୃକ୍ତି ଥିବା...

addagagdgd

ପାଟଣାଗଡ଼/ଖପ୍ରାଖୋଲ/ଲାଠୋର: ଶିଶୁ ବିକ୍ରି ଅଭିଯୋଗ ମାମଲାରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସିଏଚ୍‌ସି ଅଧୀନ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍ଏ‌ମ୍‌ ମମତା ଭୋଇ ନିଲମ୍ବିତ ହୋଇଛନ୍ତି। ବଲାଙ୍ଗୀର ସିଡିଏମ୍‌ଓ ଘଟଣାରେ ଏଏନ୍‌ଏମ୍‌ଙ୍କ ସଂପୃକ୍ତି ଥିବା ଦର୍ଶାଇ ତାଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି। ଏଥିସହିତ ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନଭେମ୍ବର ୨ ତାରିଖରେ ସୁନାମୁଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କରୁଆଁଝର ପଞ୍ଚାୟତ ଅଞ୍ଚଳର ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ୩ ତାରିଖରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ଶିଶୁର ଅବସ୍ଥା ନିରୀକ୍ଷଣ ପାଇଁ ମହିଳାଙ୍କ ଘରକୁ ଯାଇଥିଲେ। ହେଲେ ଶିଶୁକନ୍ୟା ଘରେ ନଥିଲା। ପରିବାର ଲୋକଙ୍କ କଥାବାର୍ତ୍ତାରୁ ସନ୍ଦେହ କରି ଆଶାକର୍ମୀ ସ୍ଥାନୀୟ ଏଏନ୍‌ଏମ୍‌ଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ପରେ ବଲାଙ୍ଗୀର ଶିଶୁ ସୁରକ୍ଷା ଅଧିକାରୀ ଏ ସଂକ୍ରାନ୍ତରେ ଲାଠୋର ଥାନାରେ ଅଭିଯୋଗ କରିଥିଲେ।

ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଗତ ୧୯ ତାରିଖରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମହିଳାଙ୍କ ଗାଁକୁ ଯାଇ ଘଟଣା ସମ୍ପର୍କରେ ପଚାରିବାରୁ ଏଏନ୍‌ଏମ୍‌ ମମତା ଭୋଇ ଶିଶୁଟିକୁ ଗୋଟିଏ ନିଃସନ୍ତାନ ଦମ୍ପତିକୁ ଦେଇଥିବା ସ୍ବୀକାର କରିଥିଲେ। ତଦନ୍ତ ପରେ ସନ୍ଦେହଘେରରେ ଥିବା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଏଏନ୍‌ଏମ୍ ମମତା ଭୋଇଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଏସ୍‌ପି ରିଷିକେଶ ଖିଲାରି, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ଏସ୍‌ଡିପିଓ ସଦାନନ୍ଦ ପୂଝାରୀ, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ଶିଶୁର ପରିବାରବର୍ଗଙ୍କୁ ଭେଟି ସେମାନଙ୍କ ଆର୍ଥିକ ସ୍ଥିତି ଓ ସମସ୍ୟା ବାବଦରେ ପଚାରି ବୁଝିଥିଲେ। ପରେ ଘଟଣାର ତଦନ୍ତ କରି ମଧ୍ୟସ୍ଥି ସାଜିଥିବା ଲାଠୋର ଗାଁର ଆଲୋକ ଅଗ୍ରୱାଲ ଓ ଶିଶୁକୁ ରଖିଥିବା ରାଜକୁମାର ମିତ୍ତଲଙ୍କୁ ଗିରଫ କରାଯାଇଥିବା ବଲାଙ୍ଗୀର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe