ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକର କଟାମୁଣ୍ତକୁ ଧରି ହସ୍ପିଟାଲରେ ବୁଲିଲା କୁକୁର

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକର କଟାମୁଣ୍ତକୁ ଧରି ହସ୍ପିଟାଲରେ ବୁଲିଲା କୁକୁର

YouTube

ନୂଆପଡ଼ା : ନୂଆପଡ଼ା ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ନବଜାତ ଶିଶୁର କଟାମୁଣ୍ତ ଦେଖିବାକୁ ମିଳିଥିଲା। ଏକ କୁକୁର ଶିଶୁର ମୁଣ୍ତକୁ ଧରି ହସ୍ପିଟାଲ୍‌ ପରିସରରେ ଘୂରି ବୁଲିଥିଲା। ଆଜି ପୂର୍ବାହ୍ନରେ ଚିକିତ୍ସାଳୟ ପଛପଟେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କୁକୁରଟି ଶିଶୁଟିର ମୃତଦେହକୁ ଟାଣି ଆଣି ବୁଦା ମଧ୍ୟରେ ଖାଇ ଯାଇଥିଲା। ପରେ କଟାମୁଣ୍ତକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଶି ଆସିଥିଲା। ହସ୍ପିଟାଲ କର୍ମଚାରୀ କୁକୁରକୁ ଘଉଡ଼ାଇବାରୁ ପୁରୁଣା ଏସ୍‌ଏନ୍‌ସିୟୁ ଗେଟ୍‌ ସମ୍ମୁଖରେ ମୁଣ୍ଡକୁ ଛାଡ଼ି ପଳାଇଥିଲା। ଶିଶୁଟିର ମୃତ୍ୟୁ ପରେ ପରିବାର ଲୋକେ ହସ୍ପିଟାଲ୍‌ ପଛପଟେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମଧ୍ୟାହ୍ନରେ କଟାମୁଣ୍ତକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମାଟିରେ ପୋତି ଦେଇଥିଲେ।

ସୂଚନାଥାଉକି, କିଛି ମାସ ତଳେ ସହରର ମନ୍ଦିର ପଡ଼ାରେ ଏକ ନବଜାତ ଶିଶୁର କଟାମୁଣ୍ତକୁ ପୁଲିସ ଜବତ କରିଥିଲା। ଉକ୍ତ ଘଟଣାର ତଦନ୍ତ ପରେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଏକ ଦମ୍ପତି ମୃତ ଛୁଆ ଜନ୍ମ ହେବାରୁ ମାଟିରେ ପୋତି ଦେଇଥିବା କହିଥିଲେ। ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe