ଆଜି ରାଜଧାନୀରେ ୧୩୩ କରୋନା ପଜିଟିଭ୍‌ ଚିହ୍ନଟ, ୪୦୦୦ ଟପିଲା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

Advertisment

୨୦୦ କୋଭିଡ ପଜିଟିଭ୍‌ ଆରୋଗ୍ୟ ଲାଭ କରି ଘରକୁ ଫେରିଲେ

୨୦୦ କୋଭିଡ ପଜିଟିଭ୍‌ ଆରୋଗ୍ୟ ଲାଭ କରି ଘରକୁ ଫେରିଲେ

ଆଜି ରାଜଧାନୀରେ ୧୩୩ କରୋନା ପଜିଟିଭ୍‌ ଚିହ୍ନଟ, ୪୦୦୦ ଟପିଲା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୦ଜଣ କୋଭିଡ ପଜିଟିଭ୍‌ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ୧୩୩ଜଣଙ୍କ ମଧ୍ୟରୁ ୯୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୭ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଆଜି ଟୁଇଟ କରି ସୂଚନା ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମୁଦାୟ କରୋନା ପଜିଟିଭ୍‌ ମାମଲା ଏଯାବତ ରାଜଧାନୀରେ ୪୦୬୨ ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୬୭୩ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୬୭ ରହିଛି।

ଭୁବନେଶ୍ୱରର ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩୭ଜଣଙ୍କ ମଧ୍ୟରେ ୟୁନିଟ-୮ ଅଞ୍ଚଳରୁ ଜଣେ ପୁରୁଷ, ଭିମଟାଙ୍ଗୀ ଅଞ୍ଚଳରୁ ଜଣେ ପୁରୁଷ, ଚିନ୍ତାମଣିଶ୍ୱେର ଅଞ୍ଚଳରୁ ଜଣେ ପୁରୁଷ, ଝାରପଡ଼ା ଅଞ୍ଚଳରୁ ତିନିଜଣ, ସାମନ୍ତରାପୁର ଅଞ୍ଚଳରୁ ଜଣେ ମହିଳା, କଟକ ପୁରୀ ରୋଡରୁ ଜଣେ ପୁରୁଷ, ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରୁ ଜଣେ ପୁରୁଷ, ଭିଏସ୍‌ଏସ୍‌ ନଗର, କାଳୀ ମନ୍ଦିର,ଡମଣା, ଭୋଇ ନଗର,ଲକ୍ଷ୍ମୀସାଗର, ନୀଳାଦ୍ରି ବିହାର, ପଟିଆ ପ୍ରଶାନ୍ତି ବିହାରରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଡୁମ୍‌ଡୁମା ଫେଜ୍‌-୨ରୁ ୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ସେହିପରି ଜୟଦେବ ବିହାରରୁ ଦୁଇଜଣ, ଚନ୍ଦ୍ରଶେଖରପୁରରୁ ଜଣେ, ଭରତପୁରରୁ ଜଣେ, ଡୁମ୍‌ଡୁମାରୁ ଜଣେ, ଆଇଆରସି ଭିଲେଜ ଏନ୍‌-୫ରୁ ଜଣେ, ଡେଲଟା ସ୍କୋୟାର ପାଇକ ନଗର ଅଞ୍ଚଳରୁ ଜଣେ ମହିଳା, ସହିଦ ନଗର ତେଲଗୁ ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଚନ୍ଦ୍ରଶେଖରପୁର ବିଳାଶୁଣୀ ମଣ୍ଡପ ଅଞ୍ଚଳରୁ ଜଣେ ପୁରୁଷ, ଆଇଆରସି ଭିଲେଜ ଏନ୍‌-୬ରୁ ଜଣେ ପୁରୁଷ, ବିଜେବି ନଗର ମହିଷଖାଲରୁ ଜଣେ ମହିଳା, କପିଳେଶ୍ୱେର କୁମ୍ଭାର ସାହିରୁ ଜଣେ ପୁରୁଷ, ଗୋସାଗୋରେଶ୍ୱର ଛକରୁ ଜଣେ ମହିଳା, ରଣସିଂହପୁରରୁ ଜଣେ ପୁରଷ, ସୂର୍ଯ୍ୟନଗରରୁ ଦୁଇଜଣ ଓ ୟୁନିଟ-୯ରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe