ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨୬୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୨୬୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୫୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୪ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରୁ ଏଯାବତ ୭୫୯୯ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଆହୁରି ୨୯୯୪ଟି ସକ୍ରିୟ ମାମଲା ରହିଛି।
Oneindiaଆଚାର୍ଯ୍ୟ ବିହାର, ଆଇଗିଣିଆ, ଘରୋଇ ହସ୍ପିଟାଲ ଷ୍ଟାଫ୍, ବାପୁଜିନଗର, ବରମୁଣ୍ଡା, ଭରତପୁର, ବିଜେବି ନଗର,ବୋମିଖାଲ, ଚକେଇସିଆଣି ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗମରା ଆଇଟିଇଆର କ୍ୟାମ୍ପସ୍ରୁ ୧୦ଜଣ, ସିଆରପିଏଫ୍ କ୍ୟାମ୍ପସରୁ ୫ଜଣ, ଝାରପଡ଼ାରୁ ୮ଜଣ, ଖଣ୍ଡଗିରିରୁ ୪ଜଣ ଓ ନୀଳାଦ୍ରି ବିହାରରୁ ୩ଜଣଙ୍କ କରୋନା ରିପୋର୍ଟ ପିଜିଟିଭ୍ ଆସିଛି।
ସେହିପରି ଆଜି ଭୁବନେଶ୍ୱରରୁ ୧୭୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୪୫୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।
Follow Us