ନବନିର୍ବାଚିତ ବିଧାୟକଙ୍କୁ ଆସୁଛି ଫୋନ୍‌ କଲ… ଏମାନେ ହୋଇପାରନ୍ତି ଓଡ଼ିଶାର ମନ୍ତ୍ରୀ

ନବନିର୍ବାଚିତ ବିଧାୟକଙ୍କୁ ଆସୁଛି ଫୋନ୍‌ କଲ… ଏମାନେ ହୋଇପାରନ୍ତି ଓଡ଼ିଶାର ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଜି ସନ୍ଧ୍ୟା ପରଠାରୁ ଭାରତୀୟ ଜନତା ପାର୍ଟି(ବିଜେପି)ର ସରକାର ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଥର ସରକାର ଗଢ଼ିବାକୁ ନେଇ ବିଜେପି ଉତ୍ସାହିତ ଦେଖାଯାଇଛି। କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ କ୍ୟାବିନେଟ୍‌ରେ ଅନେକ ବିଧାୟକ ମନ୍ତ୍ରୀ ପଦ ଦାୟିତ୍ବ ତୁଲାଇବେ।

ତେବେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ମନ୍ତ୍ରୀ ହେବେ ଓ ସେମାନଙ୍କୁ କେଉଁ ଦାୟିତ୍ବ ମିଳିବ ଯଦିଓ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ କିଛି ବିଧାୟକମାନଙ୍କୁ ଏହାରି ମଧ୍ୟରେ ଫୋନ୍‌ କଲ ଆସିଛି। ଏହି ଫୋନ୍‌ କଲ ତାଲିକାରେ ସାମିଲ ଅଛନ୍ତି, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଭଦ୍ରକ ଜିଲ୍ଲା ଧାମନାଗର ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ, ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ବିଭୁତି ଜେନା, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ମୟୂରଭଂଜ ଜିଲ୍ଲା ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ନବରଂଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜଗତସିଂହପୁର ଜିଲ୍ଲା ପାରାଦୀପ ବିଧାୟକ ସଂପଦ ସ୍ବାଇଁ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାୟକ ରବି ନାଏକ, ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ନୟାଗଡ଼ ଜିଲ୍ଲା ରଣପୁର ବିଧାୟିକା ସୁରମା ପାଢ଼ୀ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe