ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନବ ନିର୍ବାଚିତ ବିଧାୟକମାନେ ଶପଥପାଠ କଲେ

Advertisment
ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ ଜାରି

ଭୁବନେଶ୍ବର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାପରେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରେ ଅନ୍ୟ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ବିକ୍ରମ କେଶରୀ ଆରୁଖ୍, ଅରୁଣ ସାହୁ, ସୁଦାମ ମାରାଣ୍ଡି, ବଦ୍ରି ପାତ୍ର,ଅନନ୍ତ ଦାସ, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂହ, ନିତ୍ୟାନନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଧ୍ରୁବ ଚରଣ ସାହୁ, ଶ୍ରୀକାନ୍ତ ସାହୁ, ଶଶୀଭୂଷଣ ବେହେରା, ପ୍ରଣବ ପ୍ରକାଶ ଦାସ, ଭାଗିରଥୀ ସେଠୀ, ପ୍ରଣବ ବଳବନ୍ତରାୟ, ରଘୁନନ୍ଦନ ଦାସ, ସୌମ୍ୟରଂଜନ ପଟ୍ଟନାୟକ ଏବଂ ପ୍ରମିଳା ମଲ୍ଲିକ ପ୍ରମୁଖ ବିଧାୟକମାନେ ଶପଥ ନେଇସାରିଛନ୍ତି।କାମଚଳା ବାଚସ୍ପତି ଅମର ଶତପଥୀ ଶପଥ ପାଠ କରାଉଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଆଗାମୀ ୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe