ପ୍ରେମ ବିବାହକୁ ୩ ମାସ ହୋଇନି, କୀଟନାଶକ ପାନ କରି ଆତ୍ମହତ୍ୟା କଲେ ନବବିବାହିତା

ପ୍ରେମ ବିବାହକୁ ୩ ମାସ ହୋଇନି, କୀଟନାଶକ ପାନ କରି ଆତ୍ମହତ୍ୟା କଲେ ନବବିବାହିତା

ରିଆମାଳ: କୁହାଯାଏ ପ୍ରେମ ଶାଶ୍ୱତ ଏବଂ ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ଭାଗ୍ୟରେ ଥିଲେ ପ୍ରେମ ବିବାହ ହୋଇଥାଏ । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଆଡସ ଗ୍ରାମ ପଂଚାୟତ ର ଯୁବକ, ଯୁବତୀ ଦୁହେଁ ଦୁହିଁଙ୍କୁ ବହୁଦିନ ଧରି ପ୍ରେମ କରି ବୁଝାସୁଝା ପରେ ପ୍ରେମ ବିବାହ କରିଥିଲେ । କିନ୍ତୁ ହାତ ଧରିବାର ୩ ମାସ ନ ହେଉଣୂ ଊଭୟଙ୍କ ମଧ୍ୟରେ ଉଠିଥିବା କଳହକୁ ସାମ୍ନା କରି ନ ପାରି କୀଟନାଶକ ପାନ କରି ଆତ୍ମହତ୍ୟା କରିଛନ୍ତି ନବବିବାହିତା । ସୋମବାର ଏମିତି ଏକ ଘଟଣା ଘଟିଛି ଉକ୍ତ ଗ୍ରାମ ପଂଚାୟତ ର ଖଇରରନ୍ଧା ଗ୍ରାମରେ ।

ସୂଚନା ଅନୁସାରେ ଖଇରରନ୍ଧା ଭେରୁବଣି ସାହିର ବୈଶାଖ କିସାନ (୨୪) ଅନ୍ଧାରି ଗ୍ରାମର ମେଘୁ କିସାନ ଝିଅ ତାରା (୨୪) ଦୁହେଁ ଦୁହିଁଙ୍କୁ ବହୁଦିନ ଧରି ପ୍ରେମ କରି ଆସୁଥିଲେ । ଏହା ପରେ ଗତ ୩ ମାସ ପୂର୍ବେ ଊଭୟ ପରିବାର ସ୍ୱୀକୃତି କ୍ରମେ ପ୍ରେମକୁ ବିବାହର ରୂପ ଦେଇ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ।। କୌଣସି କାରଣକୁ କେନ୍ଦ୍ର କରି ରବିବାର ରାତିରେ ଊଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲ।।

ତେବେ ରାତିରେ ଖିଆପିଆ ସାରି ସମସ୍ତେ ଶୋଇବା ପରେ ସୋମବାର ସକାଳୁ ତାରା ଘରେ ଥିବା କୀଟନାଶକକୁ ପାନ କରି ଦେଇଥିଲେ ।ଏହା ଜାଣିବା ପରେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାରାର ମୃତ୍ୟୁ ଘଟିଥିଲ।। ଖବର ପାଇ ରିଆମାଳ ଥାନା ପୁଲିସ ସେଠାରେ ପହଂଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଉପଯୁକ୍ତ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରିଆମାଳ ଭାରପ୍ରାପ୍ତ ଥାନା ଅଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe