ରିସେପସନ ପୂର୍ବ ରାତିରେ ନୂଆ ବୋହୂ ଫେରାର, ଝିଅର ଭାଇକୁ ଅଟକ ରଖିଲେ ପରିବାର

ରିସେପସନ ପୂର୍ବ ରାତିରେ ନୂଆ ବୋହୂ ଫେରାର, ଝିଅର ଭାଇକୁ ଅଟକ ରଖିଲେ ପରିବାର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଶ୍ରୀନିବାସ ମହାପାତ୍ରଙ୍କ ଏକ ମାତ୍ର ପୁଅ ପିକୁନ ମହାପାତ୍ରକୁ ଗତ ଶୁକ୍ରବାର ଝାଡଖଣ୍ଡ ରାଜ୍ୟ ବହଡାଗୁଡା ଥାନା ଅନ୍ତର୍ଗତ ମଉଦା ଗ୍ରାମର ପ୍ରହ୍ଲାଦ ପୃଷ୍ଟିଙ୍କ କନ୍ୟା ସାନି ପୃଷ୍ଟିକୁ ବିବାହ କରିଥିଲେ। ରବିବାର ଥିଲା ଭୋଜି।

publive-image

ପରିବାର ଓ ବନ୍ଧୁବାନ୍ଧବ ସବୁ ବାହାଘର ଭୋଜି ପାଇଁ ବ୍ୟସ୍ତ ଥିବା ବେଳେ ନୂଆ ବୋହୂ ଶନିବାର ରାତି କେଉଁ ଆଡେ ଫେରାର ହୋଇଯାଇଛି। ସକାଳୁ ଉଠି ନୂଆବୋହୁଙ୍କୁ ସବୁ ଆଡୁ ଖୋଜି ନିରାଶ ହେଲା ପରେ ଝିଅ ଘରକୁ ଖବର ଦିଆଯାଇଥିଲା। ଭଉଣୀକୁ ଛାଡିବା ପାଇଁ ଆସିଥିବା ଭାଇକୁ ପୁଅ ଘର ପରିବାର ଅଟକ ରଖିଥିଲେ। ବିବାହ ଖର୍ଚ୍ଚ ଫେରାଇବା ପାଇଁ ଜିଦ ଧରି ବସିଥିଲେ। ଝିଅ ଘର ପ୍ରତିଶ୍ରୁତି ଦେଲା ପରେ ଭାଇକୁ ଛାଡି ଥିଲେ। ଅଧାରେ ରହିଗଲା ଭୋଜି। ଏମିତି ଏକ ଘଟଣା ଦିନ ସାରା ଦେଉଳି ଅଂଚଳ ରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଝିଅ ପିତା ମଧ୍ୟ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe