ଯୌତୁକ ଜୁଇରେ ‌ଶୋଇଲେ ନବବିବାହିତା, ମାମଲା ରୁଜୁ

Advertisment
ଛାତ୍ରୀନିବାସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

Representation image

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଥାନା ସୋମପୁର ଗ୍ରାମରେ ‌ରାଜେଶ୍ବରୀ ସାହୁ (୨୨) ନାମକ ଜଣେ ବିବାହିତାଙ୍କୁ ‌ଯୌତୁକ ପାଇଁ ଆଜି ସନ୍ଧ୍ୟାରେ ଶ୍ବଶୁର ଘର ଲୋକ ହତ୍ୟା କରିଥିବା ଅଭି‌ଯୋଗ ହୋଇଛି। ଏନେଇ ହିଞ୍ଜିଳିକାଟୁ ଥାନାରେ ମୃତକଙ୍କ ବାପା ବିଜୟ ସାହୁ ଏତଲା ଦେବା ପରେ ପୁଲିସ କେସ୍ ନମ୍ବର ୪୦୧ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

publive-image

ଅଭି‌ଯୋଗ ଅନୁସ‌ାରେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବିଜୟ ସାହୁଙ୍କ ଝିଅ ରାଜେଶ୍ବରୀ ଗତବର୍ଷ ଏପ୍ରିଲ୍ ମାସରେ ହିଞ୍ଜିଳିକାଟୁ ରଜାସାହି ବାସିନ୍ଦା ରାମହରି ସାହୁଙ୍କ ପୁଅ ଭିକାରିଙ୍କୁ ବିବାହ କରିଥିଲେ। ଦାବି ମୁତାବକ ୫ଭରି ସୁନା ଗହଣା, ୧ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ‌ଯୌତୁକ ଆକାର‌ରେ ଦିଆଯାଇଥିଲା। ହେଲେ ଅଧିକ ‌‌ଯୌତୁକ ଦାବିରେ ଶ୍ବଶୁର ଘର ଲୋକେ ରାଜେଶ୍ବରୀଙ୍କୁ ବାରମ୍ବାର ଅକଥନୀୟ ନିର୍ଯାତନା ଦେଉଥିଲେ। ଆଜି ଅପରାହ୍‌ଣରେ ରାଜେଶ୍ବରୀ ଉପର ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଶ୍ବଶୁରଘର ଲୋକ ବାପଘରକୁ ଖବର ଦେଇଥିଲେ। ହିଞ୍ଜିଳିକାଟୁ ଡାକ୍ତରଖାନାରେ ରାଜେଶ୍ବରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ରାଜେଶ୍ବରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ବାପା ବିଜୟ ଥ‌ାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ରାଜେଶ୍ବରୀଙ୍କ ସ୍କୁଟି ନେଇ ସେ ବାହାରକୁ ଯାଇଥିବାରୁ ଉତ୍ତ୍ୟକ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ଶ୍ବଶୁର ରାମହରି କହିଛନ୍ତି। ତେବେ ବ୍ୟବ‌ଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe