ରାଜଧାନୀ ଭୁବନେଶ୍ବରରେ ଘର ଭିତରୁ ନବବିବାହିତ ଦମ୍ପତିଙ୍କ ମୃତ‌ଦେହ ଉଦ୍ଧାର

Advertisment
ରାଜଧାନୀ ଭୁବନେଶ୍ବରରେ ଘର ଭିତରୁ ନବବିବାହିତ ଦମ୍ପତିଙ୍କ ମୃତ‌ଦେହ ଉଦ୍ଧାର

ଭୁବନେଶ୍ବର: ଆଜି ସକାଳେ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର କୁମ୍ଭାରସାହିରେ ଗୋଟିଏ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତ ଦମ୍ପତି ହେଉଛନ୍ତି ଖବରକାଗଜ ହକର୍‌ ଭାବେ କାର୍ଯ୍ୟ କରୁଥିବା ୩୨ ବର୍ଷିୟ ରାକେଶ ରାଉତ ଏବଂ ୨୬ ବର୍ଷୀୟ ମୀନାକ୍ଷି ରାଉତ। ଦୁହେଁ ତିନି ମାସ ତଳେ ବିବାହ କରି କୁମ୍ଭାରସାହିରେ ରହୁଥିଲେ। ସକାଳ ହେବାର ବହୁ ସମୟ ବିତିଯିବା ପରେ ବି ସେମାନେ କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକେ ସନ୍ଦିହାନ ହୋଇ ପୁଲିସକୁ ଡାକିଥିଲେ। କବାଟ ଭାଙ୍ଗି ପୁଲିସ ଦେଖିଲା ରାକେଶର ମୃତଦେହ ଘରର ସିଲିଂଙ୍ଗ୍‌ରୁ ଝୁଲୁଛି ଏବଂ ମୀନାକ୍ଷିର ମୃତଦେହ ଚଟାଣରେ ପଡ଼ିଛି।

publive-image

ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe