ନବବିବାହିତାଙ୍କ ଆତ୍ମହତ୍ୟା, ରାସ୍ତା ନାହିଁ, ଖଟିଆରେ ବୋହିଲେ ଶବ

Advertisment
ବନ୍ଦ କଠୋରିରୁ ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର

The Fact News

ଅତାବିରା : ଅତାବିରା ଆର୍‌ଏମ୍‌ସି କଲୋନୀ ଏବଂ ଅକ୍ଷେଟିକ୍ରା ମଧ୍ୟରେ ଅବସ୍ଥିତ ଅର୍ଜୁନ ନଗରର ଧନେଶ୍ବର ଝାଙ୍କରଙ୍କ ନବବିବାହିତା ଝିଅ ସୁମିତ୍ରା (୧୯) ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ଘରେ କେହି ନଥିବ‌ା ବେଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

publive-image

ଧନେଶ୍ବର ଷ୍ଟେଟବ୍ୟାଙ୍କ ପାଖରେ ଜଳଖିଆ ଠେଲା ଦେଇଛନ୍ତି। ଝିଅ ସୁମିତ୍ରାଙ୍କ ବିବାହ ୫/୬ ମାସ ତଳେ ପଦ୍ମପୁର ସତୀଭଟା ଗ୍ରାମର ତରଣୀ ସେଠ ସହ ହୋଇଥିଲା। ବିବାହ ପରେ ଶାଶୁଘର ଲୋକେ ବାଇକ୍‌ ଆଣିବା ନେଇ ବାରମ୍ବାର ନିର୍ଯାତନା ଦେଉଥିଲେ। ଗତ ଦୁଇ ମାସ ହେଲା ସୁମିତ୍ରା ନିଜ ବାପ ଘରେ ରହି ଆସୁଥିବା ବେଳେ ମାନସିକ ଚାପରେ ଥିବାରୁ ସେ ଆତ୍ମହତ୍ୟା କରିଥିବା ବଡ଼ ଭଉଣୀ ସୁଭଦ୍ରା କହିଛନ୍ତି। ଶନିବାର ସକାଳେ ସେ ରଶି ଲଗାଇ ‌ଆତ୍ମହତ୍ୟା କରିଥିବା ଦେଖିବା ପରେ ପରିବାର ଲୋକେ କାଳେ ତାଙ୍କ ଜୀବନ ଥିବ ଭାବି ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ହେଲେ ଘର ପାଖକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ୩ଶହ ମିଟର ଦୂରରେ ରଖିବାକୁ ପଡ଼ିଥିଲା। ଆତ୍ମୀୟ ଲୋକେ ଖଟିଆରେ ସୁମିତ୍ରାଙ୍କୁ ବୋହି ନେଇଥିଲେ। ତେ‌ବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe