ନବ ବିବାହିତାଙ୍କ ମୃତ୍ୟୁ ଘଟଣା, ସ୍ବାମୀ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ମଧ୍ୟପୁର ଗାଁରେ ନବବଧୂ ଜୟଶ୍ରୀ ବେହେରା (୨୦)ଙ୍କ ମୃତ୍ୟୁ ଘଟଣାରେ ପୁଲିସ ସ୍ବାମୀ ତପନ ବେହେରା (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ମଧ୍ୟପୁର ଗାଁର ଫକିର ବେହେରାଙ୍କ ପୁଅ ତପନ ଗତ ୯ ତାରିଖ ଦିନ ତିଲେଇବଣି ବ୍ଲକ ଅନ୍ତର୍ଗତ ମେଣ୍ଡିପାଲି ଗ୍ରାମର ଜୟଶ୍ରୀଙ୍କୁ ବିବାହ କରିଥିଲେ। ବାହାଘର କିଛି ଦିନ ପରେ ଜୟଶ୍ରୀଙ୍କ ସ୍ବାମୀ ତପନ, ଶାଶୂ ଓ ଶ୍ବଶୁର ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହା ଜାଣିବା ପରେ ଜୟଶ୍ରୀଙ୍କ ବାପ ଘର ଲୋକ ତପନଙ୍କ ଘରକୁ ଯାଇ ଆପୋସ ସମାଧାନ କରିଥିଲେ। ଏହାପରେ ମଧ୍ୟ ତପନ ବିଭିନ୍ନ ସମୟରେ ଜୟଶ୍ରୀଙ୍କୁ ମାଡପିଟ କରୁଥିଲେ। ବିଭିନ୍ନ ସମୟରେ ଜୟଶ୍ରୀଙ୍କ ସ୍ବାମୀ ତପନ ଏବଂ ତାଙ୍କ ଶାଶୂ ଓ ଶ୍ବଶୁର ତାଙ୍କୁ ବିଷ ପିଇବା ପାଇଁ ବାଧ୍ୟ କରୁଥିଲେ ବୋଲି ତାଙ୍କ ବାପ ଘର ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ଗତ ୨୮ ତାରିଖ ଦିନ ସକାଳେ ତପନ ଶ୍ବଶୁର ଘରକୁ ଫୋନ୍ କରି ଜୟଶ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସୂଚନା ଦେଇଥିଲେ। ଜୟଶ୍ରୀଙ୍କ ପରିବାର ଲୋକ ଖବର ପାଇବା ପରେ ବାରକୋଟ ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସ୍ବାମୀ ତପନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe