Breaking news Photograph: (sambad.in)
କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ସକାଳୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ବରଗଡ଼ ଠାରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରକୋଟ ପୂର୍ବରୁ ଏକ ବୁଲାଣିରେ ଦୁର୍ଘଟଣା ଘଟିଥିଲା।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 07, 2025 10:09 IST
ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତଦେହ ରୁଷିଆ ଡ୍ୟାମ୍ରୁ ଉଦ୍ଧାର
ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତଦେହ ରୁଷିଆର ଏକ ଡ୍ୟାମ୍ରୁ ଉଦ୍ଧାର କରାଯାଇଚି। ରାଜସ୍ଥାନର ଅଲୱାର ନିବାସୀ ୨୨ ବର୍ଷୀୟ ଛାତ୍ର ୧୯ ଦିନ ହେଲା ନିଖୋଜ ଥିଲେ। ତାଙ୍କର ମୃତଦେହ ଗୁରୁବାର ଦିନ ରୁଷିଆର ଉଫା ସହରରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ଅଜିତ ସିଂହ ଚୌଧୁରୀ। ସେ ରୁଷିଆର ବାଶକିର ଷ୍ଟେଟ୍ ମେଡିକାଲ ୟୁନିଭରସିଟିରେ ୨୦୦୩ରୁ ଛାତ୍ର ଥିଲେ। ଅଜିତ ଗତ ଅକ୍ଟୋବର ମାସ ୧୯ ତାରିଖ ଠାରୁ ନିଖୋଜ ଥିଲେ। ହଷ୍ଟେଲରୁ ବାହାରକୁ ଯିବା ସମୟରେ ସାଙ୍ଗମାନଙ୍କୁ କହିଥିଲେ, କ୍ଷୀର କିଣିବାକୁ ଯାଉଛି ଏବଂ ଅଧଘଣ୍ଟା ପରେ ଫେରିଆସିବି। ତା’ ପରଠାରୁ ସେ ଆଉ ଫେରି ନଥିଲେ।
Indian MBBS student killed in Russia. Photograph: (India today) -
Nov 07, 2025 10:00 IST
IGIରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ସକାଳୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଅନେକ ଉଡ଼ାଣ ଏକ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଛି। ୧୦୦ରୁ ଅଧିକ ଉଡ଼ାଣ ପ୍ରଭାବିତ ହୋଇଛି। ଏୟାର ଇଣ୍ଡିଆ, ସ୍ପାଇସଜେଟ୍ ଏବଂ ଇଣ୍ଡିଗୋ ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି। ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ଜାତୀୟ ରାଜଧାନୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ପ୍ରତିଦିନ ୧୫୦୦ରୁ ଅଧିକ ଉଡ଼ାଣ ପରିଚାଳିତ ହୁଏ।
-
Nov 07, 2025 07:24 IST
ସୁଲକ୍ଷଣା ପଣ୍ଡିତଙ୍କ ୭୧ ବର୍ଷ ବୟସରେ ପରଲୋକ
ବଲିଉଡରୁ ପୁଣି ଥରେ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଗାୟିକା ଏବଂ ପ୍ରବୀଣ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଏହା ସହିତ ହିନ୍ଦୀ ସିନେମା ଏବଂ ସଙ୍ଗୀତର ଜଣେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ସବୁଦିନ ପାଇଁ ବିଦାୟ ନେଇଛନ୍ତି।
Veteran singer and actress Sulakshana Pandit passes away. Photograph: (Screengrab)
Follow Us