ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Nov 08, 2025 13:43 IST
ଡିସେମ୍ବର ୧-୧୯ପର୍ଯ୍ୟନ୍ତ ସଂସଦରେ ଚାଲିବ ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ: ଡିସେମ୍ବର ୧-୧୯ପର୍ଯ୍ୟନ୍ତ ସଂସଦରେ ଚାଲିବ ଶୀତକାଳୀନ ଅଧିବେଶନ। ସଂସଦୀୟ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୧ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
- Nov 08, 2025 12:25 IST
ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
/fit-in/580x348/filters:format(webp)/sambad/media/media_files/UPFANZAcJGkmgO1PUXTB.jpg)
cm mohan majhi nuapada tour Photograph: (sambad.in) ନୂଆପଡ଼ା: ଦ୍ବିତୀୟ ଥର ପାଇଁ ଶନିବାର ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି। ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେବେ। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଇଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।
- Nov 08, 2025 11:47 IST
ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିଲେ, ଏବେ ଅବସର ନେଲେ ତାଇ ଜୁ-ୟିଙ୍ଗ
ନୂଆଦିଲ୍ଲୀ: ଅବସର ନେଲେ ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିବା ତାଇ ଜୁ-ୟିଙ୍ଗ। ଟୋକିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ବିଜୟିନୀ ଏବଂ ଚାଇନିଜ୍ ତାଇପେର ମହାନ ମହିଳା ବ୍ୟାଡମିଣ୍ଟନ ଖେଳାଳି ତାଇ ଜୁ-ୟିଙ୍ଗ ଖେଳରୁ ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ତାଙ୍କ ଚମତ୍କାର କ୍ୟାରିୟରର ଅନ୍ତ ଘଟିଛି।
- Nov 08, 2025 10:57 IST
ନରସିଂହପାଟଣା ଗ୍ରାମ ନିକଟ ସମୁଦ୍ର ବେଳାଭୂମିରେ ଗଳିତ ଶବ
ବ୍ରହ୍ମଗିରି: ପୁରୀ ସଦର ଥାନା ଅନ୍ତର୍ଗତ ନରସିଂହପାଟଣା ଗ୍ରାମ ନିକଟ ସମୁଦ୍ର ବେଳାଭୂମିରେ ଲାଗିଛି ଏକ ଗଳିତ ଶବ। ଘଟଣା ସ୍ଥଳରେ ପହଞ୍ଚିନି ପୁଲିସ। ସ୍ଥାନୀୟ ଲୋକେ ଦେଖିବାକୁ ଭିଡ଼ ଲଗାଇଛନ୍ତି। ଅଗଣା ଶବ କାହାର ଓ କିପରି ଆସି ବେଳାଭୂମିରେ ଲାଗିଲା ତାକୁ ନେଇ ଅନେକ ପ୍ରଶ୍ନ।
- Nov 08, 2025 10:49 IST
ଜଗଦ୍ଦାତ୍ରୀ ମେଳାରେ ନାବାଳକକୁ ଛୁରାମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ବାରିପଦା: ଜଗଦ୍ଦାତ୍ରୀ ମେଳାରେ ଜଣେ ନାବାଳକକୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ନାବାଳକକୁ କଟକ ସ୍ଥାନାନ୍ତର କରାଯାଇଛି।
- Nov 08, 2025 10:12 IST
ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଇଛନ୍ତି। ବାରାଣସୀରୁ ୪ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଆଜି ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳର ପରବର୍ତ୍ତୀ ପିଢ଼ି ପାଇଁ ମୂଳଦୁଆ ସ୍ଥାପନ କରୁଛନ୍ତି। ଏହା ଭାରତୀୟ ରେଳକୁ ପରିବର୍ତ୍ତନ କରିବା ପାଇଁ ଏକ ବଡ଼ ଅଭିଯାନ। ବନ୍ଦେ ଭାରତ ହେଉଛି ଭାରତୀୟଙ୍କ ପାଇଁ, ଭାରତୀୟଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ ନିର୍ମିତ ଏକ ଟ୍ରେନ। ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଗର୍ବିତ।"
- Nov 08, 2025 09:47 IST
ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଶ୍ରୁମୋଚନ ସୁରକ୍ଷିତ
ଭୁବନେଶ୍ବର: କଟକରୁ ବିଳମ୍ବିତ ରାତିରେ ସୁଟିଂ ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ
/fit-in/580x348/filters:format(webp)/sambad/media/media_files/2025/11/08/ashrumochan-mohanty-2025-11-08-09-46-25.png)
ashrumochan mohanty Photograph: (sambad.in) । ପ୍ରତାପ ନଗରୀରୁ ପଟିଆ ଯିବାବେଳେ ଚଳାଇବାବେଳେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ସେ। କାର୍ କେନାଲ ଭିତରକୁ ଖସିଯାଇଥିଲା। ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ।
- Nov 08, 2025 09:00 IST
ଗୁଳିଚୋଟରେ ୨ ଆତଙ୍କବାଦୀ ସଫା
ଜମ୍ମୁ କଶ୍ମୀରର କୁପୱାଡ଼ାରେ ଆତଙ୍କବାଦୀମାନଙ୍କର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାର ଗୁଳିଚୋଟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି।
- Nov 08, 2025 08:54 IST
ସରକାରୀ ବସ୍-କାର ଧକ୍କା, ୪ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଂଗ ଥାନା ଅଧୀନ ରଙ୍ଗଥଳି ନିକଟରେ ଆଜି ଏକ ସରକାରୀ ବସ୍ ସହିତ କାର୍ ଧକ୍କା ହୋଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ଦ୍ବାରା ପରିଚାଳିତ ବସ୍ ସହିତ କାର୍ଟି ୧୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ୍ର ୩ଜଣ ଏବଂ କାରର ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ବସ୍ଟି ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।
- Nov 08, 2025 08:50 IST
ଓଲିଉଡ଼ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ଓଲିଉଡ୍ ଅଭିନେତା ଅଶ୍ରୁମୋନଚନ ମହାନ୍ତି ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି। କାର୍ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର ହୋଇଛନ୍ତି। ତାଙ୍କର କାର ଆଗକୁ କୁକୁର ଆସି ଯିବାରୁ ଏହି ଅଘଟଣ ଘଟିଛି। ସେ ନିୟନ୍ତ୍ରଣ ହରାଇ ଥିଲେ ଏବଂ କାର୍ଟି କେନାଲ ଭିତରକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି।
- Nov 08, 2025 08:05 IST
ମାଲିରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ
ଦକ୍ଷିଣ ଆଫ୍ରିକୀୟ ଦେଶ ମାଲିରେ ବନ୍ଧୁକଧାରୀମାନେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିଛନ୍ତି। ସେମାନଙ୍କ କମ୍ପାନୀ ଏବଂ ଏକ ସୁରକ୍ଷା ସୂତ୍ର ଶୁକ୍ରବାର ଦିନ କହିଛି। ପଶ୍ଚିମ ଆଫ୍ରିକୀୟ ଦେଶ ବଢ଼ୁଥିବା ଅଶାନ୍ତି ଏବଂ ଜିହାଦୀ ହିଂସା ସହିତ ସଂଘର୍ଷ କରୁଛି।
- Nov 08, 2025 07:52 IST
କୁହୁଡ଼ି ପାଇଁ ଆମ୍ବୁଲାନ୍ସ ସମେତ ୬ବାହନ ମଧ୍ୟରେ ଧକ୍କା, ୨ଜଣଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଳାରେ ଚଳିତ ବର୍ଷ ଋତୁର ପ୍ରଥମ କୁହୁଡ଼ିରେ ରାଜପଥରେ ଏକ ଆମ୍ବୁଲାନ୍ସ ସମେତ ଛଅଟି ଗାଡ଼ି ଧକ୍କା ହୋଇଛି, ଯାହା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଏହା ରାଜପଥରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା। ଏହା ସହିତ, କୁଚେସର ଚୌପଲା ନିକଟରେ ଦୁଇଟି ମୋଟରସାଇକେଲ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
- Nov 08, 2025 07:27 IST
ନିଆଁ ଗିଳିଦେଲା ୫୦୦ କୁଡ଼ିଆ: ଜଣେ ମୃତ, ଶିଶୁ ଗୁରୁତର
ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ରୋହିଣୀର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଅନେକ କୁଡ଼ିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଡିଏଫଏସ କହିଛି ଯେ ରାତି ପ୍ରାୟ ୧୧ଟା ସମୟରେ ଅଗ୍ନିକାଣ୍ଡ ବିଷୟରେ ଏକ ଫୋନ୍ ଆସିଥିଲା। ଦିଲ୍ଲୀ ଅଗ୍ନିଶମ ସେବାର ୧୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଗ୍ନିଶମ କର୍ମଚାରୀମାନେ ବର୍ତ୍ତମାନ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ଅନେକ କୁଡ଼ିଆ ପାଉଁଶ ହୋଇଯାଇଛି। ଏହି ସମୟରେ, ପୋଲିସ ସୂତ୍ର କହିଛି ଯେ ଅନେକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଆହୁରି ବଢିଯାଇଛି ଏବଂ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।
- Nov 08, 2025 07:06 IST
ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଫର୍ମ ପୂରଣ ପ୍ରକ୍ରିୟା
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆଜି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀମାନେ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷା-୨୦୨୬ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଅବେଦନ କରିପାରିବେ। ସେମାନେ ମାଟ୍ରିକ ପରୀକ୍ଷା-୨୦୨୬ରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିବା ସହିତ ଦାଖଲ କରିବେ। ବିଦ୍ୟାର୍ଥୀମାନେ ଆବଶ୍ୟକସ୍ଥଳରେ ନିଜନିଜର ଶିକ୍ଷକମାନଙ୍କର ସହାୟତା ନେଇପାରିବେ। ମାଟ୍ରିକ ବାର୍ଷିକ ପରୀକ୍ଷା-୨୦୨୬ ଫର୍ମ ପୂରଣ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/07/01breaking1-2025-11-07-21-29-42.jpg)