News And Updates 8th November 2025: ନୂଆପଡ଼ାରେ ରୋଡ୍‌ ସୋ’ କଲେ ମୁଖ୍ୟମନ୍ତ୍ରୀ, କଟକରେ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
01breaking1

Breaking news Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 08, 2025 23:05 IST

    କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା

    କଟକରେ ଥିବା ଅସୁରକ୍ଷିତ କୋଠା ଗୁଡ଼ିକ ଭଙ୍ଗାଯିବ। ଆଜି କଟକରେ କୋଠା ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିବା ପରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। କଟକରେ ଥିବା ଅସୁରକ୍ଷିତ କୋଠାଗୁଡ଼ିକ ଚିହ୍ନଟ କରାଯିବ। ଏଥି ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ସିଏମ୍‌ସି ଡେପୁଟି କମିସନର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

  • Nov 08, 2025 22:28 IST

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    କଟକରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୩ଜଣ (ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲ) ଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।

  • Nov 08, 2025 22:12 IST

    ମା’ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା

    ମା’ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା, ଛୁଆର ଯତ୍ନ ନେଲେ କନେଷ୍ଟବଳ।  sambad.inରେ ଆସନ୍ତାକାଲି ସକାଳ ୯ଟାରେ ପଢ଼ନ୍ତୁ ଏହି ଖବର। 

  • Nov 08, 2025 21:24 IST

    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଆହତ

    1. ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ
    2. ଛୋଟନାଗରା ବାଲିବା ଗାଁ ନିକଟରେ ବିସ୍ଫୋରଣ
    3. ବିସ୍ଫୋରଣରେ ସନ୍ଧାନୀ କୁକୁର ଷ୍ଟନର୍‌ ସହିଦ
    4. ଜଣେ ଯବାନ ଆହତ
    5. ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି
    6. ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍‌ ଜାରି

  • Nov 08, 2025 21:05 IST

    ଇନ୍ଦ୍ରାବତୀ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

    ନବରଙ୍ଗପୁର: ଆଜି ସ୍ଥାନୀୟ ବଡକୁସୁମି ନିକଟସ୍ଥ ଇନ୍ଦ୍ରାବତୀ ନଦୀ ପାଣିରୁ ଖଗପତି ହରିଜନ(୬୦) ନାମକ ବୃଦ୍ଧଙ୍କ ମରଶରୀର ଉଦ୍ଧାର କରାଯାଇଛି। ଏ ନେଇ ନବରଙ୍ଗପୁର ଟାଉନଥାନା ପୁଲିସ ଏକ ଅପମୃତ ମାମଲା ରୁଜୁ କରିଛନ୍ତି। ଶବର ପଂଚାନାମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାବଚ୍ଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଥାନାର ସେକଣ୍ଡ ଅଧିକାରୀ ଗଣେଶ ପଟ୍ଟନାୟକ। ମୃତ ଖଗପତି ଗତକାଲି ଗାଦବାଗୁଡାରେ ଏକ ଦଶାହ ଘରେ ଯୋଗ ଦେବାକୁ ଆସି ଘରକୁ ଫେରିନଥିଲେ। ଆଜି ସକାଳୁ ତାଙ୍କ ମରଶରୀର ବଡକୁସୁମି ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିବା ପୁଲିସ କହିଛି। ଲୋକେ ଦେଖି ପରିବାରବର୍ଗକୁ ସୂଚନା ଦେଇଥିଲେ। ପରିବାରବର୍ଗ ଆସି ଦେଖି ପୁଲିସକୁ  ସୂଚନା ଦେଇଥିଲେ। ପୁଲିସ ଉପସ୍ଥିତିରେ ମରଶରୀରକୁ ଇନ୍ଦ୍ରାବତୀ ନଦୀରୁ ବାହାରକୁ ବାହାର କରାଯାଇଥିଲା। 

  • Nov 08, 2025 21:00 IST

    ୪୫୦ କିଲୋ ଗଂଜେଇ ଜବତ

    ମାଲକାନଗିରି: ପୁଲିସକୁ ଗଂଜେଇ ଚାଲାଣ ରୋକିବାରେ ସଫଳତା ମିଳିବାରେ ଲାଗିଛି। ଲଗାତାର ଗଂଜେଇ ଧରପଗଡ କରାଯାଉଥିବାରୁ ଗଂଜେଇ ମାଫିଆ ଏବେ ପ୍ରମାଦ ଗଣିଲେଣି। ଏହି କ୍ରମରେ ପୁଣି ଜିଲ୍ଲାର ଏମଭି-୭୯ ପୁଲିସ ତେଲରାଇ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜାକଲଗୁଣ୍ଡି ଜଂଗଲରେ ସର୍ଚ୍ଚ ଅପରେସନ କରିଥିଲେ। ଜଂଗଲରେ କୋରକୋଣ୍ଡା ଗ୍ରାମର ଜୟଦୀପ ରାୟ ନାମକ ବ୍ୟକ୍ତି ଜଂଗଲରେ ଗୋଟିଏ ଜାଗାରେ ଗଂଜେଇ ଡମ୍ପ କରି ରଖିଥିଲା। ପୁଲିସ ସେହି ଅଂଚଳକୁ ଘେରି ଡମ୍ପ କରାଯାଇଥିବା ଗଂଜେଇକୁ ଜବତ କରିଥିଲେ। ପୁଲିସ ଗଂଜେଇ ଓଜନ କରିବା ପରେ ସେଠାରେ ୪୫୦ କିଲୋ ଗଂଜେଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏମଭି-୭୯ ପୁଲିସ ଏନଡିପିଏସ ଧାରା ୟୁ/ଏସ-୨୦(ବି)(ii)(ସି)ରେ କେଶ ରୁଜୁ କରି ଅବିଯୁକ୍ତ ଜୟଦୀପ ବିରୋଧରେ ତଦନ୍ତ କରୁଥିବା କହିଛି। ଏସଆଇ ଗିରିଜା ଶଂକର ସାରକା ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

     

    Ganja
    Gajna seized Photograph: (sambad.in)

     

  • Nov 08, 2025 20:56 IST

    ଗାଁ ନିକଟରେ ଅଛି ଟ୍ରାନ୍ସଫରମର, ଘରକୁ ନାହିଁ ବିଦ୍ୟୁତ୍‌ ସଂଯୋଗ

    ଗାଁ ନିକଟରେ ଅଛି ଟ୍ରାନ୍ସଫରମର, ଘରକୁ ନାହିଁ ବିଦ୍ୟୁତ୍‌ ସଂଯୋଗ। sambad.inରେ ଆସନ୍ତାକାଲି ସକାଳ ୮ଟାରେ ପଢ଼ନ୍ତୁ ଏହି ଖବର। 

  • Nov 08, 2025 20:54 IST

    ରାସ୍ତାକଡ଼କୁ ପିଟିହେଲା ବାଇକ, ଆରୋହୀ ମୃତ 

    ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଲେଡବନ୍ଧ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପିଟିହେଲା ବାଇକ୍‌ l ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଗଞ୍ଜାମ ଦିଗପହଣ୍ଡି ଥାନା କଇଠା ଗାଁର ରାମ ଚନ୍ଦ୍ର ବେହେରା (୨୫)l ଘଟଣା ସ୍ଥଳରେ ମୋହନା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ମୋହନା ଲେଡବନ୍ଧ ବୁଲାଣିର ବୁଦା ଭିତରେ ଏକ ନମ୍ବର (ଓଡି ୦୭ଟି ୫୭୦୪) ବାଇକ  ସହ ଜଣେ ଯୁବକ ପଡ଼ିଥିବା ନେଇ ଖବର ପାଇଥିଲା ପୁଲିସ l ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମୋହନା ମେଡିକାଲକୁ ନେଇଥିଲେl ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତଦେହଟି ପ୍ରାୟ ୮ ରୁ ୧୦ ଘଣ୍ଟା ପୂର୍ବର ବୋଲି ଡାକ୍ତର କହିଛନ୍ତି l ତେଣୁ ଯୁବକ ଜଣକ ଆଜି ଭୋର ସମୟରେ ବାଇକ୍‌ରେ ଆସୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଜାଣି ନପାରି ପିଟି ହୋଇ ଯାଇଥିବାର ପୁଲିସ ଅନୁମାନ କରୁଛିl ତେବେ ଘଟଣା ସ୍ଥଳଟି ଲଟା ବୁଦା ପରିପୂର୍ଣ୍ଣ ହୋଇଥିବାରୁ  କାହାରି ନଜର ପଡ଼ିନଥିଲା l ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତିl

  • Nov 08, 2025 20:39 IST

    ପରବ-୨୦୨୫ ପାଇଁ ପ୍ରସ୍ତୁତି ବୈଠକ 

    ବନ୍ଧୁଗାଁ: କୋରାପୁଟ ଜିଲ୍ଲା  ବନ୍ଧୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ପରବ-୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ମିନତୀ ଜଗଦେବଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ଏଇଇ ଶୌରବ ନାୟକ, ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା, ବିଜେଡି ବ୍ଲକ ସଭାପତି ବାଲା ନାଗ, ବିଜେପି ବ୍ଲକ ସଭାପତି ଶରତ ପାତ୍ର, ବିଧାୟକ ପ୍ରତିନିଧି ଡି ଏଙ୍କାଟି, ଜିପିଡିଓ ଅମୀର ଅକ୍ଷୟ କୁମାର ପ୍ରଧାନ, ବିଏସଏସଓ ଦୀପକ କୁମାର ବେଉରିଆ, ସରପଞ୍ଚ ଭାସ୍କର ୱାଟାକା, ଶେଖର କଣ୍ଡାଗରି, ଲକ୍ଷ୍ମୀ କାଡ୍ରାକା, ସୁନ୍ଦୁରୁ ପିଡ଼ିକା, ମେଲେକା ଆକାମା, ସସ୍ମିତା ପିଡ଼ିକା, ମୋତି ମାଣ୍ଡିଙ୍ଗି, ୱାଟାକା ଜଗାନା, ରୁଦ୍ର ଯାକାକା, ଓ ସମିତି ସଭ୍ୟସଭ୍ୟା ପ୍ରମୁଖ ଯୋଗଦେଇ ଥିଲେ। ଢେମସା ନୃତ୍ୟ ଠାରୁ ଆରମ୍ଭ କରି ଗାଁ ଗହଳିରେ ଥିବା ଆଦିବାସୀଙ୍କ କଳା ସଂସ୍କୃତି,କ୍ରୀଡା କୁ ବାଛି ବ୍ଲକ ସ୍ତରରୁ ପଠାଇବା, ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ବରିଷ୍ଟ ନାଗରିକ, ବୁଦ୍ଧିଜୀବି ମାନଙ୍କ ସହଯୋଗ ରହିବାକୁ ନେଇ ଆଲୋଚନା ହୋଇଥିଲା। ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି, ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ବୁଦ୍ଧିଜୀବି ଙ୍କ ସହିତ ମଶାଲ ଆଣିବା ପାଇଁ କୁଟୁଣିପଦର ଯିବା ପାଇଁ ନିଷ୍ପତ୍ତି ହୋଇ ଥିଲା।

  • Nov 08, 2025 20:37 IST

    ୧୨ଲିଟର ଦେଶୀ ମଦ ଜବତ

    କୋଣାର୍କ: ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଅସାମାଜିକ ବ୍ୟକ୍ତି ଓ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଧରିବାକୁ ଏବେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଶନିବାର  ପୂର୍ବାହ୍ନରେ ବିଶେଷ ସୂତ୍ରରୁ ଖବର ସଂଗ୍ରହ କରି କୋଣାର୍କ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ କୋଣାର୍କ-କାକଟପୁର ମୁଖ୍ୟରାସ୍ତା ଆଇଓସିଏଲ ବସ ପାର୍କିଙ୍ଗ ନିକଟରେ ଥିବା ଏକ କ୍ୟାବିନ ମଧ୍ୟରେ ଜଣେ ଯୁବକ ଦେଶୀ ମଦ ବିକ୍ରି କରୁଥିବାବେଳେ ତାଠାରୁ ୧୨ ଲିଟର ୪୦୦ଗ୍ରାମର ଦେଶୀ ମଦ ବୋତଲ ଜବତ କରାଯାଇଛି। ଏଥି ସହ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ ନା ମଞ୍ଜୁର ହେବାରୁ ତାକୁ ନିମାପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଯୁବକ ଜଣକ କୋଣାର୍କ ଥାନା ଅଧିନ ଆମ୍ବିଳି ଗାଁ ଗ୍ରାମର ଅଜୟ କୁମାର ରାଉତ ବୋଲି କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। 

    ରିପୋର୍ଟ: ସୁକାନ୍ତ ବିଶ୍ବାଳ

    Konark
    Man arrested for wine sailing in Konark area on Saturday.

     

  • Nov 08, 2025 20:19 IST

    ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

    ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ନିହଲପ୍ରସାଦ ଥାନା ନିହଲପ୍ରସାଦ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ଜଣାଯାଏ, ନିହଳପ୍ରସାଦ ଗ୍ରାମର ଅଭୟ ଦାସଙ୍କର ଦୁଇ ପୁଅ ଓମ୍‌ପ୍ରକାଶ (୧୩) ଓ ସତ୍ୟପ୍ରକାଶ (୧୦) ଗତକାଲି ମଧ୍ୟାହ୍ନ ସମୟରେ ବାପାଙ୍କ ପାଇଁ ଖାଇବା ନେଇ ଗ୍ରାମ ପାଖରେ ଥିବା ଧାନକ୍ଷେତକୁ ଯାଇଥିଲେ। ଅପରାହ୍‌ଣ ପ୍ରାୟ ତିନିଟାରେ ଦୁଇଭାଇ ସାଙ୍ଗ ହୋଇ ଘରକୁ ଫେରୁଥିବା ବେଳେ ଗାଁ ପାଖ ପୋଖରୀକୁ ଗୋଡ଼ହାତ ଧୋଇବା ପାଇଁ ଯାଇଥିଲେ। ପୋଖରୀ ପାଣିରେ ଗୋଡ଼ ଧୋଇବା ସମୟରେ ସାନଭାଇର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା। ତାକୁ ପାଣିରୁ ଉଦ୍ଧାର କରିବାକୁ ବଡ଼ଭାଇ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ପାଣି ଭିତରକୁ ଚାଲି ଯାଇଥିଲା। ପୋଖରୀରେ ଅଧିକ ପାଣି ଥିବାରୁ ଦୁଇଜଣଯାକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ବାପା ବିଲରୁ କାମସାରି ଘରକୁ ଫେରି ଦୁଇ ପୁଅଙ୍କୁ ଘରେ ନଥିବାର ଦେଖି ଖୋଜାଖୋଜି କରିଥିଲେ। ନପାଇବାରୁ ସନ୍ଦେହରେ ପୋଖରୀକୁ ଯାଇଥିଲେ। ସେଠାରୁ ଦୁଇ ଭାଇଙ୍କୁ ପାଣିରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଗାଁରେ ଦାହ କରା ଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଗଭୀର ଶୋକ ପ୍ରକାଶ ପାଇଛି।

  • Nov 08, 2025 19:30 IST

    ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

    ରାୟଗଡ଼ା: ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଦାରାଗାଡ଼ାସ୍ଥିତ ବରିଗାଡା ନାଳ ନିକଟ ଜଙ୍ଗଲରୁ ଅଜଣା ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଚନ୍ଦ୍ରପୁର ପୁଲିସ ଉଦ୍ଧାର କରିଛି। ସ୍ଥାନୀୟ ଲୋକେ ନାଳ ନିକଟରେ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ଚନ୍ଦ୍ରପୁର ଥାନା ଆଇଆଇସି ପ୍ରଶାନ୍ତ କୁମାର ସେଠି ଓ ତାଙ୍କ ଟିମ୍‌ ସହ ଚନ୍ଦ୍ରପୁର ୪ର୍ଥ ବାଟାଲିୟନ ସିଆରପିଏଫ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଅଧିକ ତଦନ୍ତ କରୁଛି। ତେବେ ମୃତ୍ୟୁ ବ୍ୟକ୍ତିର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ମୃତ୍ୟୁ ବ୍ୟକ୍ତି କାହିଁକି ଓ କେମିତି ସେହି ଜଙ୍ଗଲ ଭିତରେ କେଉଁ ପରିସ୍ଥିତିରେ  ମୃତ୍ୟୁ ବରଣ କଲା ତାହାର କାରଣ କିଛି ଜଣା ପଡ଼ିନାହିଁ l

  • Nov 08, 2025 18:28 IST

    କଟକରେ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

    • କଟକରେ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ
    • ବକ୍ସିବଜାର ଅଞ୍ଚଳରେ ଅଘଟଣ
    • ପୁଲିସଲାଇନ୍‌ସ୍ଥିତ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଭୁଶୁଡ଼ିଲା ପୁରୁଣା କୋଠା
    • ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୁଲିସ ଉପସ୍ଥିତ
    • ଉଦ୍ଧାର କାର୍ଯ୍ୟ ଜାରି 

  • Nov 08, 2025 18:28 IST

    ପୀତବାସ ପଣ୍ଡାଙ୍କ ପରିବାରକୁ ମିଳିଲା ସୁରକ୍ଷା

    1. ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲା
    2. ପୀତବାସ ପଣ୍ଡାଙ୍କ ପରିବାରକୁ ମିଳିଲା ୨୪ ଘଣ୍ଟିଆ ସୁରକ୍ଷା
    3. ସୁରକ୍ଷା ପାଇଁ ୪ଜଣ କନେଷ୍ଟବଳ, ଜଣେ ହାବିଲଦାର ମୁତୟନ
    4. ସୁରକ୍ଷା ପାଇଁ ସହାୟତା ମାଗିଥିଲେ ପରିବାର 

  • Nov 08, 2025 17:23 IST

    ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ

    1. ନୂଆପଡ଼ାରେ ରୋଡ୍‌ ସୋ’ କଲେ ମୁଖ୍ୟମନ୍ତ୍ରୀ
    2. ମୋହନ ଚରଣ ମାଝୀଙ୍କ ରୋଡ୍‌ ସୋ’ ଆରମ୍ଭ
    3. ନୂଆପଡ଼ାରୁ ଖରିଆର ରୋଡ୍‌ ଅଭିମୁଖେ ରୋଡ୍‌ ସୋ’
    4. ରୋଡ୍‌ ସୋ’ରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ସଭାପତି ମନମୋହନ ସାମଲ ସାମିଲ
    5. ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ନେତା, କର୍ମୀ ସାମିଲ 
    Mohan Majhi
    CM Mohan Charan Majhi Road Show at Nuapada on Saturday. Photograph: (sambad.in)

     

  • Nov 08, 2025 17:01 IST

    ନୂଆପଡ଼ାରେ ରୋଡ୍‌ ସୋ’ କରିବେ ମୁଖ୍ୟମନ୍ତ୍ରୀ

    • ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
    • ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
    • ବିଜେପି ପ୍ରାର୍ଥୀ ଜୟ ‌ଢୋଲକିଆଙ୍କ ପାଇଁ କରିବେ ପ୍ରଚାର
    • ଆଉ କିଛି ସମୟ ପରେ କରିବେ ରୋଡ୍‌ ସୋ’
    • ନୂଆପଡ଼ାରୁ ଖରିଆର ରୋଡ୍‌ ଅଭିମୁଖେ ବାହାରିବ ରୋଡ୍‌ ସୋ’
    • ଆଜି ସୁନାବେଡ଼ାରେ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ

  • Nov 08, 2025 15:53 IST

    ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାତ୍ରୀ ପରିବହନ କରୁଥିବା ଦୃଶ୍ୟ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଯେଉଁ ଗାଡ଼ିରେ ମାଲ ପରିବହନ ହେବା କଥା ସେଇ ଗାଡ଼ିରେ ବୁହା ହେଉଛନ୍ତି ଲୋକ। ପୁଣି ବିପଦ ସଂକୁଳ କଳିଙ୍ଗା ଘାଟିରେ। ପରିବହନ ବିଭାଗ ପୁଲିସ ବାରମ୍ବାର ସଚେତନ କରିବା ସହ ଯାଞ୍ଚ କରି ଜରିମାନା ଆଦାୟ କରୁଥିଲେ ମଧ୍ୟ ଏହିଭଳି ଦୃଶ୍ୟ ସବୁ ସମୟରେ ଦେଖୁବାକୁ ମିଳୁଛି। ବିପଦଶଙ୍କୁଳ ଅବସ୍ଥାରେ କଳିଙ୍ଗାଘାଟି ରାସ୍ତା ରହିଥିବା ବେଳେ ମାଲ ଗାଡ଼ିରେ ବିପଦଶଙ୍କୁଳ ଯାତ୍ରୀ ପରିବହନ କରି ଯାତାୟତ କରିବା ଦୃଶ୍ୟ କଣ ସୂଚନା ଦେଉଛି ବୋଲି ପ୍ରଶ୍ନ ଉଠୁଛି।

    G Udaygiri
    Kalinga ghati of Kandhamal district. Photograph: (sambad.in)

     

  • Nov 08, 2025 14:50 IST

    କାର୍ ଧକ୍କାରେ ଦୁଇ କଲେଜ ଛାତ୍ରୀଙ୍କ ମୃତ୍ୟୁ

    ଆନନ୍ଦପୁର: ଶାଳପଡ଼ା କନକମଞ୍ଜରୀ ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର୍ ଧକ୍କାରେ ଚାଲିଗଲା ଦୁଇ କଲେଜ ଛାତ୍ରୀଙ୍କ ଜୀବନ।

     

    taja khabbar

     

  • Nov 08, 2025 14:43 IST

    ପୁରୀ ଦଳାଚକଟା, ୭ ପୁଲିସ ଅଧିକାରୀ ଦାୟୀ

    ପୁରୀ: ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍। ଏହି ଘଟଣାରେ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍ କରାଯାଇଛି। ଏହି ରିପୋର୍ଟରେ ୭  ଜଣ ପୁଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରାଯାଇଥିବା ଉଲ୍ଲେଖ କରାଯାଇଛି

     

    taja khabar 1
    puri-stampede Photograph: (sambad.in)

     

  • Nov 08, 2025 13:43 IST

    ଡିସେମ୍ବର ୧-୧୯ପର୍ଯ୍ୟନ୍ତ ସଂସଦରେ ଚାଲିବ ଶୀତକାଳୀନ ଅଧିବେଶନ

    ନୂଆଦିଲ୍ଲୀ: ଡିସେମ୍ବର ୧-୧୯ପର୍ଯ୍ୟନ୍ତ ସଂସଦରେ ଚାଲିବ ଶୀତକାଳୀନ ଅଧିବେଶନ। ସଂସଦୀୟ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୧ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

  • Nov 08, 2025 12:25 IST

    ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

     

     

    mohan
    cm mohan majhi nuapada tour Photograph: (sambad.in)

     

     ନୂଆପଡ଼ା:  ଦ୍ବିତୀୟ ଥର ପାଇଁ ଶନିବାର ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି।  ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେବେ। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଇଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।

  • Nov 08, 2025 11:47 IST

    ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିଲେ, ଏବେ ଅବସର ନେଲେ ତାଇ ଜୁ-ୟିଙ୍ଗ

    ନୂଆଦିଲ୍ଲୀ: ଅବସର ନେଲେ ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିବା ତାଇ ଜୁ-ୟିଙ୍ଗ। ଟୋକିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜୟିନୀ ଏବଂ ଚାଇନିଜ୍ ତାଇପେର ମହାନ ମହିଳା ବ୍ୟାଡମିଣ୍ଟନ ଖେଳାଳି ତାଇ ଜୁ-ୟିଙ୍ଗ ଖେଳରୁ ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ତାଙ୍କ ଚମତ୍କାର କ୍ୟାରିୟରର ଅନ୍ତ ଘଟିଛି। 

  • Nov 08, 2025 10:57 IST

    ନରସିଂହପାଟଣା ଗ୍ରାମ ନିକଟ ସମୁଦ୍ର ବେଳାଭୂମିରେ ଗଳିତ ଶବ

    ବ୍ରହ୍ମଗିରି: ପୁରୀ ସଦର ଥାନା ଅନ୍ତର୍ଗତ ନରସିଂହପାଟଣା ଗ୍ରାମ ନିକଟ ସମୁଦ୍ର ବେଳାଭୂମିରେ ଲାଗିଛି ଏକ ଗଳିତ ଶବ। ଘଟଣା ସ୍ଥଳରେ ପହଞ୍ଚିନି ପୁଲିସ। ସ୍ଥାନୀୟ ଲୋକେ ଦେଖିବାକୁ ଭିଡ଼ ଲଗାଇଛନ୍ତି। ଅଗଣା ଶବ କାହାର ଓ କିପରି ଆସି ବେଳାଭୂମିରେ ଲାଗିଲା ତାକୁ ନେଇ ଅନେକ ପ୍ରଶ୍ନ।

  • Nov 08, 2025 10:49 IST

    ଜଗଦ୍ଦାତ୍ରୀ ମେଳାରେ ନାବାଳକକୁ ଛୁରାମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

    ବାରିପଦା: ଜଗଦ୍ଦାତ୍ରୀ ମେଳାରେ ଜଣେ ନାବାଳକକୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ନାବାଳକକୁ କଟକ ସ୍ଥାନାନ୍ତର କରାଯାଇଛି।

  • Nov 08, 2025 10:12 IST

    ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଇଛନ୍ତି। ବାରାଣସୀରୁ ୪ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଆଜି ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳର ପରବର୍ତ୍ତୀ ପିଢ଼ି ପାଇଁ ମୂଳଦୁଆ ସ୍ଥାପନ କରୁଛନ୍ତି। ଏହା ଭାରତୀୟ ରେଳକୁ ପରିବର୍ତ୍ତନ କରିବା ପାଇଁ ଏକ ବଡ଼ ଅଭିଯାନ। ବନ୍ଦେ ଭାରତ ହେଉଛି ଭାରତୀୟଙ୍କ ପାଇଁ, ଭାରତୀୟଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ ନିର୍ମିତ ଏକ ଟ୍ରେନ। ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଗର୍ବିତ।"

  • Nov 08, 2025 09:47 IST

    ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଶ୍ରୁମୋଚନ ସୁରକ୍ଷିତ

    ଭୁବନେଶ୍ବର: କଟକରୁ ବିଳମ୍ବିତ ରାତିରେ ସୁଟିଂ ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ

     

    ashrumochan mohanty
    ashrumochan mohanty Photograph: (sambad.in)

     

    । ପ୍ରତାପ ନଗରୀରୁ ପଟିଆ ଯିବାବେଳେ ଚଳାଇବାବେଳେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ସେ। କାର୍ କେନାଲ ଭିତରକୁ ଖସିଯାଇଥିଲା। ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ।

  • Nov 08, 2025 09:00 IST

    ଗୁଳିଚୋଟରେ ୨ ଆତଙ୍କବାଦୀ ସଫା

    ଜମ୍ମୁ କଶ୍ମୀରର କୁପୱାଡ଼ାରେ ଆତଙ୍କବାଦୀମାନଙ୍କର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାର ଗୁଳିଚୋଟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି।

  • Nov 08, 2025 08:54 IST

    ସରକାରୀ ବସ୍‌-କାର ଧକ୍କା, ୪ ଗୁରୁତର

    ଢେଙ୍କାନାଳ ଜିଲ୍ଲା ପରଜଂଗ ଥାନା ଅଧୀନ ରଙ୍ଗଥଳି ନିକଟରେ ଆଜି ଏକ ସରକାରୀ ବସ୍‌ ସହିତ କାର୍‌ ଧକ୍କା ହୋଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ଦ୍ବାରା ପରିଚାଳିତ ବସ୍‌ ସହିତ କାର୍‌ଟି ୧୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ୍‌ର ୩ଜଣ ଏବଂ କାରର ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା‌ଯୋଗ୍ୟ ବସ୍‌ଟି ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।  

  • Nov 08, 2025 08:50 IST

    ଓଲିଉଡ଼ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

    ଓଲିଉଡ୍‌ ଅଭିନେତା ଅଶ୍ରୁମୋନଚନ ମହାନ୍ତି ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି। କାର୍‌ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର ହୋଇଛନ୍ତି। ତାଙ୍କର କାର ଆଗକୁ କୁକୁର ଆସି ଯିବାରୁ ଏହି ଅଘଟଣ ଘଟିଛି। ସେ ନିୟନ୍ତ୍ରଣ ହରାଇ ଥିଲେ ଏବଂ କାର୍‌ଟି କେନାଲ ଭିତରକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି। 

  • Nov 08, 2025 08:05 IST

    ମାଲିରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ

    ଦକ୍ଷିଣ ଆଫ୍ରିକୀୟ ଦେଶ ମାଲିରେ ବନ୍ଧୁକଧାରୀମାନେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିଛନ୍ତି। ସେମାନଙ୍କ କମ୍ପାନୀ ଏବଂ ଏକ ସୁରକ୍ଷା ସୂତ୍ର ଶୁକ୍ରବାର ଦିନ କହିଛି। ପଶ୍ଚିମ ଆଫ୍ରିକୀୟ ଦେଶ ବଢ଼ୁଥିବା ଅଶାନ୍ତି ଏବଂ ଜିହାଦୀ ହିଂସା ସହିତ ସଂଘର୍ଷ କରୁଛି।

  • Nov 08, 2025 07:52 IST

    କୁହୁଡ଼ି ପାଇଁ ଆମ୍ବୁଲାନ୍ସ ସମେତ ୬ବାହନ ମଧ୍ୟରେ ଧକ୍କା, ୨ଜଣଙ୍କ ମୃତ୍ୟୁ

    ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଳାରେ ଚଳିତ ବର୍ଷ ଋତୁର ପ୍ରଥମ କୁହୁଡ଼ିରେ ରାଜପଥରେ ଏକ ଆମ୍ବୁଲାନ୍ସ ସମେତ ଛଅଟି ଗାଡ଼ି ଧକ୍କା ହୋଇଛି, ଯାହା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଏହା ରାଜପଥରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା। ଏହା ସହିତ, କୁଚେସର ଚୌପଲା ନିକଟରେ ଦୁଇଟି ମୋଟରସାଇକେଲ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

  • Nov 08, 2025 07:27 IST

    ନିଆଁ ଗିଳିଦେଲା ୫୦୦ କୁଡ଼ିଆ: ଜଣେ ମୃତ, ଶିଶୁ ଗୁରୁତର

    ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ରୋହିଣୀର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଅନେକ କୁଡ଼ିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଡିଏଫଏସ କହିଛି ଯେ ରାତି ପ୍ରାୟ ୧୧ଟା  ସମୟରେ ଅଗ୍ନିକାଣ୍ଡ ବିଷୟରେ ଏକ ଫୋନ୍ ଆସିଥିଲା। ଦିଲ୍ଲୀ ଅଗ୍ନିଶମ ସେବାର ୧୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଗ୍ନିଶମ କର୍ମଚାରୀମାନେ ବର୍ତ୍ତମାନ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ଅନେକ କୁଡ଼ିଆ ପାଉଁଶ ହୋଇଯାଇଛି। ଏହି ସମୟରେ, ପୋଲିସ ସୂତ୍ର କହିଛି ଯେ ଅନେକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଆହୁରି ବଢିଯାଇଛି ଏବଂ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। 

  • Nov 08, 2025 07:06 IST

    ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଫର୍ମ ପୂରଣ ପ୍ରକ୍ରିୟା

    ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆଜି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀମାନେ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷା-୨୦୨୬ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଅବେଦନ କରିପାରିବେ। ସେମାନେ ମାଟ୍ରିକ ପରୀକ୍ଷା-୨୦୨୬ରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିବା ସହିତ ଦାଖଲ କରିବେ। ବିଦ୍ୟାର୍ଥୀମାନେ ଆବଶ୍ୟକସ୍ଥଳରେ ନିଜନିଜର ଶିକ୍ଷକମାନଙ୍କର ସହାୟତା ନେଇପାରିବେ। ମାଟ୍ରିକ ବାର୍ଷିକ ପରୀକ୍ଷା-୨୦୨୬ ଫର୍ମ ପୂରଣ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe